www.samajalive.in
Sunday, December 7, 2025
23.1 C
Bhubaneswar

ଡଙ୍ଗରିଆ କନ୍ଧଙ୍କ ସୁରକ୍ଷା ପାଇଁ ବ୍ଲକ ପ୍ରଶାସନର ଡୋର୍‍ ଟୁ ଡୋର୍‍ ସର୍ଭେ

ଲାଞ୍ଜିଗଡ଼: ନିୟମଗିରି ପର୍ବତ ଉପରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ଓ ଝରଣିଆ କନ୍ଧମାନଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛି ଲାଞ୍ଜିଗଡ ବ୍ଲକ ପ୍ରଶାସନ। ରାୟଗଡା ଜିଲ୍ଲା ଅଞ୍ଚଳରେ ଥିବା ଏହି ଜନଜାତିର କିଛି ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ଖବର ପ୍ରଚାର ହେବାକ୍ଷଣି ଲାଞ୍ଜିଗଡ ବ୍ଲକ ପ୍ରଶାସନ ସତର୍କତା ଅବଲମ୍ବନ କରିଛି। ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୋଡାଲ ଅଫିସର ଦାୟିତ୍ୱରେ ଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ପିଏ ଆଇଟିଡିଏସ ବିରଂଚି ନାରାୟଣ ଦରୱାନଙ୍କ ସମେତ କେକେଡିଏର ଲମ୍ବୋଦର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ ପ୍ରମୁଖ ନିୟମଗିରି ପର୍ବତରେ ବସବାସ କରୁଥିବା ଆଦିବାସୀମାନଙ୍କ ପାଖରେ ପହଞ୍ଚିବା ସହିତ ଘର ଘର ବୁଲି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ଔଷଧ ବଣ୍ଟନ କରିଛନ୍ତି।

ତ୍ରିଲୋଚନପୁର ସରପଞ୍ଚ ଚନ୍ଦ୍ର ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା, ଗ୍ରାମ ରୋଜଗାର ସେବକ ଅରବିନ୍ଦ ମହାନ୍ତିଙ୍କ ସହିତ ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନୱାଡି କର୍ମୀ ତଥା ଶିକ୍ଷକମାନେ ଏହି ସର୍ଭେରେ ସାମିଲ ହୋଇଥିଲେ। ତ୍ରିଲୋଚନପୁର ଗ୍ରାମପଞ୍ଚାୟତର ଫୁଲଡୁମେର, ଖେମୁଣ୍ଡିପଦର, ଓଲବାହାଲି ଓ ଅମଠାପଦର ଗାଁର ଶତାଧିକ ଆଦିବାସୀ ପରିବାରକୁ ଏହି ସର୍ଭେରେ ସାମିଲ କରାଯାଇଥିଲା।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories