www.samajalive.in
Sunday, December 7, 2025
23.1 C
Bhubaneswar

ବ୍ଲାକ୍‌ ଫଙ୍ଗସ: କିପରି ଚିହ୍ନିବା, କ’ଣ ପଦକ୍ଷେପ ନେବା ଜରୁରୀ ? ନିର୍ଦେଶାବଳୀ ଜାରି କଲା ଏମ୍‌ସ

କରୋନା ସଙ୍କଟ ମଧ୍ୟରେ ବ୍ଲାକ ଫଙ୍ଗସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଲୋକେ ସଂକ୍ରମିତ ହେଉଥିବା ନଜର ଆସିଲାଣି। ଅନେକ ସ୍ଥାନରେ ଲୋକଙ୍କ ମୃତ୍ୟୁ ବି ଘଟୁଛି। କେବଳ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୯୦ ଜଣ ବ୍ଲାକ ଫଙ୍ଗସ ଯୋଗୁ ପ୍ରାଣ ହରାଇଲେଣି। ଦିଲ୍ଲୀ, ରାଜସ୍ଥାନ ସମେତ ଅନ୍ୟ ରାଜ୍ୟରେ ବି ପ୍ରତିଦିନ ନୂଆ ମାମଲା ସାମ୍ନାକୁ ଆସୁଛି।

ବ୍ଲାକ ଫଙ୍ଗସର ଭୟାବହତାକୁ ଦୃଷ୍ଟିରେ ରଖି ଏମ୍‌ସ ପକ୍ଷରୁ କେତେକ ନିର୍ଦେଶାବଳୀ ଜାରି କରାଯାଇଛି। ଯାହା ବ୍ଲାକ ଫଙ୍ଗସକୁ ଚିହ୍ନଟ କରିବା ଏବଂ ତାହାର ଚିକିତ୍ସାରେ ସହାୟତା କରିପାରିବ।

- Advertisement -

କେଉଁ ରୋଗୀଙ୍କ ପ୍ରତି ବ୍ଲାକ ଫଙ୍ଗସ ବିପଦ ଅଧିକ ?

-​‌ଯେଉଁ ରୋଗୀ ଡାଇବେଟିସରେ ଆକ୍ରାନ୍ତ ଏବଂ ଷ୍ଟେରଏଡ୍‌ କିମ୍ବା tocilizumab ଔଷଧ ସେବନ କରୁଛନ୍ତି, ସେମାନଙ୍କ ପ୍ରତି ବ୍ଲାକ ଫଙ୍ଗସ ବିପଦ ଅଧିକ।

– କର୍କଟ ରୋଗର ଚିକିତ୍ସା କରାଉଥିବା ରୋଗୀ କିମ୍ବା କୌଣସି ପୁରୁଣା ରୋଗରେ ପୀଡ଼ିତ ରୋଗୀମାନଙ୍କୁ ବି ଅଧିକ ବିପଦ ରହିଛି।

– ଯେଉଁ ରୋଗୀମାନେ ଷ୍ଟେରଏଡ୍‌ ଏବଂ tocilizumab ଅଧିକ ମାତ୍ରାରେ ସେବନ କରୁଛନ୍ତି।

-କରୋନାରେ ପୀଡ଼ିତ ଗୁରୁତର ରୋଗୀ, ଯେଉଁମାନେ ଅମ୍ଳଜାନ ମାସ୍କ ଏବଂ ଭେଣ୍ଟିଲେଟର ଜରିଆରେ ଅମ୍ଳଜାନ ନେଉଛନ୍ତି, ସେମାଙ୍କ ପ୍ରତି ଏଥିରେ ସଂକ୍ରମିତ ହେବାର ବିପଦ ରହିଛି।

ଯେଉଁ ରୋଗୀମାନେ ବ୍ଲାକ ଫଙ୍ଗସର ଶିକାର ହେବାର ଆଶଙ୍କା ଅଧିକ ରହିଛି, ସେମାନଙ୍କୁ ବାରମ୍ବାର ସୂଚିତ କରାଯିବା ସହିତ ଚେକ୍‌ଅପ କରାଇବାକୁ ଏମ୍‌ସ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

ବ୍ଲାକ ଫଙ୍ଗସକୁ କିପରି ଚିହ୍ନିବେ ?

କରୋନା ରୋଗୀମାନଙ୍କର ଦେଖାଶୁଣା କରୁଥିବା ଲୋକମାନେ ବା ଡାକ୍ତରମାନେ ବ୍ଲାକ ଫଙ୍ଗସକୁ ସହଜରେ ଚିହ୍ନଟ କରିପାରିବେ।

-ରୋଗୀଙ୍କ ନାକରୁ ରକ୍ତ ବାହାରିବା, କଳା ରଙ୍ଗର କିଛି ବାହାରିବା

– ନାକ ବନ୍ଦ ହୋଇଯିବା, ମୁଣ୍ଡ ଏବଂ ଆଖି ଦରଜ ହେବା, ଆଖି ଚାରିପାଖ ଶୁଖିଯିବା, ଫୁଲିଯିବା, କଳା ପଡ଼ିବା, କମ୍‌ ଦଶ୍ୟ ହେବା, ଆଖି ଖୋଲିବା ଏବଂ ବନ୍ଦ କରିବାରେ କଷ୍ଟ ଅନୁଭବ କରିବା।

– ପାଟି ଖୋଲିବା ଏବଂ କିଛି ଚୋବାଇବାରେ କଷ୍ଟ ହେବା

– ଏଭଳି ଲକ୍ଷଣ ଚିହ୍ନଟ କରିବା ଲାଗି ନିଜକୁ ସବୁବେଳେ ଯାଞ୍ଚ କରିବା ଉଚିତ। ଉଜ୍ଜ୍ଵଳ ଆଲୋକ ସାମ୍ନାରେ ନିଜ ଶରୀରକୁ ଯାଞ୍ଚ କରିବା ଦରକାର, ଯାହାଫଳରେ ବ୍ଲାକ ଫଙ୍ଗସର ପ୍ରଭାବ ଦୃଶ୍ୟମାନ ହୋଇପାରିବ।

– ଏହାବ୍ୟତୀତ ଦାନ୍ତ ଭାଙ୍ଗିଯିବା ଏବଂ ମୁହଁ ଭିତର ପାର୍ଶ୍ଵ ଏବଂ ଆଖପାଖ ଫୁଲିଯିବା।

ଲକ୍ଷଣ ଚିହ୍ନଟ ହେଲେ କ’ଣ କରିବା ଦରକାର ?

ଯଦି କୌଣସି ରୋଗୀଙ୍କଠାରେ ବ୍ଲାକ ଫଙ୍ଗସର ଲକ୍ଷଣ ଦେଖାଯାଏ, ତେବେ ତାଙ୍କର ଦେଖାଶୁଣା କିପରି କରାଯିବା ଦରକାର, ସେ ନେଇ ଏମ୍‌ସ ପକ୍ଷରୁ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ଦିଆଯାଇଛି।

-ଲକ୍ଷଣ ଦେଖାଯିବା ପରେ ଯେକୌଣସି କର୍ଣ୍ଣ-ନାସା-ଗଳା ଡାକ୍ତରଙ୍କୁ ତୁରନ୍ତ ଯୋଗାଯୋଗ କରିବା ଉଚିତ। ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ନଚେତ ବ୍ଲାକ ଫଙ୍ଗସର ଚକିତ୍ସା କରୁଥିବା ଡାକ୍ତରଙ୍କୁ ସାକ୍ଷାତ୍‌ କରି ତୁରନ୍ତ ଚିକିତ୍ସା କରାଇବା ଆବଶ୍ୟକ।

– ବ୍ଲାକ ଫଙ୍ଗସ ଚିକିତ୍ସାକୁ ନିୟମିତ ଭାବେ ଅନୁସରଣ କରିବା ଦରକାର। ଯଦି ମଧୁମେହ ରହିଥାଏ, ତେବେ ରକ୍ତ ସୁଗାରକୁ ପ୍ରତିଦିନ ପରୀକ୍ଷା କରିବା ଦରକାର।

– ଯଦି ଅନ୍ୟ କୌଣସି ରୋଗ ଥାଏ, ତେବେ ତାହାର ଔଷଧ ସେବନ କରିବା ସହିତ ନିୟମିତ ପରୀକ୍ଷା କରାଇବା ଉଚିତ।

– ନି​‌ଜେ କୌଣସି ଷ୍ଟେରଏଡ୍‌ ଏବଂ ଅନ୍ୟ କିଛି ଔଷଧ ସେବନ କରିବା ଅନୁଚିତ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବା ଉଚିତ।

– ଡାକ୍ତରଙ୍କ ଜରୁରୀ ପରାମର୍ଶ ଅନୁସାରେ ଏମଆରଆଇ ଏବଂ ସିଟି ସ୍କାନ କରାନ୍ତୁ। ନାକ ଏବଂ ଚକ୍ଷୁ ପରୀକ୍ଷା କରାନ୍ତୁ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories