ଦେଶର ଇସ୍ପାତ୍ କାରଖାନ ଗୁଡିକ ଇସ୍ପାତ୍ ଉତ୍ପାଦନ ସହ ଦେଶର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛନ୍ତି ବୋଲି ବୁଧବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ପଶ୍ଚିମବଙ୍ଗର ବର୍ନୁର ଠାରେ ସେଲର ଇସ୍କୋ ଇସ୍ପାତ୍ କାରଖାନା ଦ୍ୱାରା ନିର୍ମିତ ଅମ୍ଳଜାନ ସଂଯୁକ୍ତ ୨୦୦ ବେଡ ବିଶିଷ୍ଟ କୋଭିଡ୍ କେୟାର ସେଂଟରର ଲୋକାର୍ପଣ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ନୁର ଠାରେ ସେଲର ଇସ୍କୋ ଷ୍ଟିଲ ଦ୍ୱାରା ୫୦୦ ଶଯ୍ୟା ବିଶିଷ୍ଟ ବୃହତ କୋଭିଡ୍ କେୟାର ସେଂଟରରେ ପ୍ରଥମ ପର୍ଯ୍ୟାୟରେ ୨୦୦ଟି ବେଡ୍ ପ୍ରତିଷ୍ଠା ହୋଇଛି। ଖୁବ ଶୀଘ୍ର ଅଧିକ ୩୦୦ କୋଭିଡ୍ ବେଡର ବ୍ୟବସ୍ଥା କରାଯାଉଛି। ବର୍ନୁରର ଏହି କୋଭିଡ କେୟାରରେ ସେଲ୍ଫ ଦ୍ୱାରା ଗ୍ୟାସୀୟସ ଅକ୍ସିଜେନ, ପାନୀୟ ଜଳ ଯୋଗାଇବା ସହ ବିଦ୍ୟୁତିକରଣର ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ପଶ୍ଚିମବଙ୍ଗର ବର୍ନୁର ଏବଂ ପଶ୍ଚିମବଙ୍ଗର ବର୍ଦ୍ଧମାନ କ୍ଷେତ୍ରର ସ୍ଥାନୀୟ ଲୋକମାନେ ଉପକୃତ ହୋଇପାରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ୟାସୀୟସ ଅକ୍ସିଜେନ୍ ଥିବା ପ୍ଲାଂଟ୍ ନିକଟରେ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ଆହ୍ୱାନ କରିଥିବା ବେଳେ ସେଲର ଏହି ପଦକ୍ଷେପ ପ୍ରଶଂସନୀୟ। ଏହି ଅବସରରେ ବର୍ନୁର କୋଭିଡ୍ କେୟାର ସେଂଟରରେ ଟେଷ୍ଟିଂ ସୁବିଧାର ବ୍ୟବସ୍ଥା କରିବା ତଥା ଅନ୍ୟ ଇସ୍ପାତ୍ କାରଖାନା ଠାରେ ମଧ୍ୟ ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟମେଂଟକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ସେଲ୍ଫ ମ୍ୟାନେଜମେଂଟକୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ।
ଇସ୍ପାତ୍ ଶିଳ୍ପ ବିଶେଷ ଭାବରେ ସେଲ ବର୍ତମାନର ମହାମାରୀ ସମୟରେ ବିଶେଷ ଭାବରେ ଜୀବନ ରକ୍ଷାକାରୀ ଲିକୁଇଡ ମେଡ଼ିକାଲ ଅକ୍ସିଜେନ୍ ଯୋଗାଉଥିବାରୁ ଏବଂ ଏଥିାଇଁ ଦିନରାତି କାମ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଏହାକୁ ପ୍ରଂଶସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସକ୍ରିୟ ନେତୃତ୍ୱ ଏବଂ ସମସ୍ତ ସରକାରଙ୍କ ପଦକ୍ଷେପ ଦ୍ୱାରା କୋଭିଡ ମୁକାବିଲାକୁ ମଜବୁତ୍ କରିପାରିବ। ଶ୍ରୀ ପ୍ରଧାନ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସେଲକୁ ଇସ୍ପାତ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପରିବାର, ଶ୍ରମିକ ଏବଂ ଖଣି ଅଂଚଳରେ କାମ କରୁଥିବା ଲୋକଙ୍କୁ ଟିକା ଦେବା ପାଇଁ ଦାୟିତ୍ୱ ନେବା ଉପରେ ମତପ୍ରକାଶ କରିଥିଲେ।



