www.samajalive.in
Sunday, December 7, 2025
16.1 C
Bhubaneswar

ବାତ୍ୟାର ନାମ ରହିବ ‘ୟସ୍‌’

ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ନାମ ‘ୟାସ୍‌’ ରହିବ। ଓମାନ୍‌ ପକ୍ଷରୁ ଏହି ବାତ୍ୟାର ନାମ କରଣ କରାଯାଇଛି। ୟାସ୍ ଅର୍ଥ ହେଉଛି ‘ନିରାଶ।’। ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାଗୁଡିକର ନାମକରଣ ପାଇଁ ଏକ ରାଷ୍ଟ୍ରଗୋଷ୍ଠୀ ରହିଛି। ଏହି ରାଷ୍ଟ୍ରଗୋଷ୍ଠୀରେ ବାଂଲାଦେଶ, ଭାରତ, ମିଆଁମାର, ମାଳଦ୍ବୀପ, ଇରାନ, ଓମାନ, ପାକିସ୍ତାନ, କାତାର, ସାଉଦିଆରବ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ୟୁଏଇ ଓ ୟେମେନ ରହିଛନ୍ତି। ବିଶ୍ବ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ଅଧୀନ ଆଞ୍ଚଳିକ ସ୍ବତନ୍ତ୍ର ପାଣିପାଗ କେନ୍ଦ୍ର (ଆରଏସ୍‌ଏମସି) ଓ ସାମୁଦ୍ରିକ ବାତ୍ୟା ସତର୍କ କେନ୍ଦ୍ର (ଟିସିଡବ୍ଲ୍ୟୁସି) ଦ୍ବାରା ବାତ୍ୟାଗୁଡିକର ନାମକରଣ କରାଯାଇଥାଏ।

ଆରଏସ୍‌ଏମସି ଓ ଟିସିଡବ୍ଲ୍ୟୁସି ଆଞ୍ଚଳିକ ଭିତ୍ତିରେ ବିଭିନ୍ନ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ପାଇଁ ରାଷ୍ଟ୍ର ଗୋଷ୍ଠୀ ଗଠନ କରିଛନ୍ତି। ଆରଏମ୍‌ଆରସି ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟ ବଙ୍ଗୋପସାଗର ଓ ଆରବ ସାଗରର ବାତ୍ୟା ଗୁଡିକର ନାମକରଣ କରିଥାଏ। ଏଥିପାଇଁ ଗଠିତ ରାଷ୍ଟ୍ରଗୋଷ୍ଠୀ ସୁପାରିସ କରିଥିବା ନାମଗୁଡିକୁ କ୍ରମ ଅନୁଯାୟୀ ଅନୁମୋଦନ କରାଯାଇଥାଏ। ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ନାମକରଣ ମ୍ୟଁାମାରର ନାମ ଅନୁସାରେ ତୌତେ ରଖାଯାଇଥିଲା। ଯାହାର ଅର୍ଥ ଝିଟିପିଟି। ଏବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ନାମ ଓମାନ୍‌ର ନାମ ଅନୁଯାୟୀ ‘ୟସ୍‌’ ରହିବ।

- Advertisement -

ଏହା ପରେ ଆରବ ସାଗର କିମ୍ବା ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ନାମ ‘ଗୁଲାବ’ ରହିବ। ଏହାକୁ ପାକିସ୍ତାନ ନାମକରଣ କରିଛି। ଏହି କ୍ରମରେ ବାତ୍ୟାର ନାମ ସାହିନ (କାତାର), ଜୋୱାଦ (ସାଉଦି ଆରବ) ଆଦି ରହିବ। ଏହିସବୁ ରାଷ୍ଟ୍ର ୧୬୯ଟି ନାମ ପ୍ରସ୍ତାବିତ ହୋଇଛି। ଉପରୋକ୍ତ ୧୩ଟି ରାଷ୍ଟ୍ର ୧୩ଟି ଲେଖାଏଁ ନାମ ପ୍ରସ୍ତାବ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ବାତ୍ୟା ଆସୁଛି, ଏହା ମେ’ ୨୬ରେ ଉପକୂଳ ମୁହାଁଇବ। ମେ’ ୨୨ରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories