ଭୁବନେଶ୍ବର: ଡ୍ରାଇଭି ଇନ୍ ଏବଂ ଘରେ ପହଞ୍ଚି ଟିକାକରଣକୁ ମନା କଲେ ସରକାର। ଏ ନେଇ ସବୁ ଜିଲାପାଳ ଓ ମହାନଗର ନିଗମ ଆୟୁକ୍ତଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ ଗାଇଡ୍ଲାଇନରେ ଏପରି ବ୍ୟବସ୍ଥା ନାହିଁ। ଯଥେଷ୍ଟ ବିଶ୍ରାମ ଅଞ୍ଚଳ ଓ ପର୍ଯ୍ୟବେକ୍ଷଣ ଗୃହ ଥିବା ଜାଗାରେ ଟିକା ଦେବା ନିୟମ ରହିଛି। ଟିକା ନେବା ପରେ ଗ୍ରହୀତାଙ୍କୁ ୩୦ ମିନିଟ ଅବଜରଭେସନ ନିୟମ ରହିଛି। ଡ୍ରାଇଭି ଇନ୍ ଏବଂ ଘରେ ପହଞ୍ଚି ଟିକାକରଣରେ ଏସବୁ ନିୟମ ପାଳନ ହେବା କଷ୍ଟକର। ଏସବୁ ଦ୍ବାରା ଅଧିକ ମାତ୍ରାରେ ଟିକା ଅପଚୟ ହେବା ସମ୍ଭାବନା ରହିଛି। ତେଣୁ ଏସବୁ ବ୍ୟବସ୍ଥା ବନ୍ଦ କରିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।



