www.samajalive.in
Monday, December 8, 2025
14.1 C
Bhubaneswar

ମମତାଙ୍କ ବିରୋଧରେ ହାଇକୋର୍ଟରେ ପିଟିଶନ ଦାଖଲ କଲା ସିବିଆଇ

କଲକାତା: ନାରଦା ଲାଞ୍ଚ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପିଟିଶନ ଦାଖଲ କରିଛି। ଫଳରେ ମମତାଙ୍କ ପାଇଁ ଏହା ନୂଆ ଅଡୁଆ ସୃଷ୍ଟି କରିଛି। ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ସିବିଆଇ ପକ୍ଷରୁ ଦାଖଲ ହୋଇଥିବା ପିଟିଶନରେ ମମତାଙ୍କ ନାମକୁ ଯୋଡ଼ିଛି। କାରଣ ଗତ ୧୭ ତାରିଖରେ କଲାକାତାରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇ ୨ ମନ୍ତ୍ରୀ, ଜଣେ ବିଧାୟକଙ୍କ ସମେତ ଟିଏମସିର ୪ ନେତାଙ୍କୁ ଗିରଫ କରିଥିଲା। ଏହା ପରେ ସିବିଆଇ କାର୍ଯ୍ୟାଳୟ ପରିସରରେ ଟିଏମସି କାର୍ଯ୍ୟକର୍ତ୍ତାମାନେ ହଙ୍ଗାମା କରିଥିଲେ। ଖୋଦ ମୁଖ୍ୟମନ୍ତ୍ର ମମତା ବାନାର୍ଜୀ ମଧ୍ୟ ସିବିଆଇ କାର୍ଯ୍ୟାଳୟକୁ ଯାଇ ଅଧିକାରୀମାନଙ୍କ କାର୍ଯ୍ୟକୁ ବିରୋଧ କରିବା ସହିତ ସାହସ ଅଛି ଯଦି ତାଙ୍କୁ ଗିରଫ କରିବାକୁ ଆହ୍ବାନ କରିଥିଲେ। ମୁଖ୍ୟମନ୍ତ୍ରୀ ଏପରି ଆଚରଣ ଉପରେ ସିବିଆଇ ପ୍ରଶ୍ନ ଉଠାଇଛି।

ପିଟିଆଇ ସୂଚନା ଅନୁସାରେ, ନାରଦା ଷ୍ଟିଙ୍ଗ ଅପରେଶନ ମାମଲାକୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବା ଲାଗି ସିବିଆଇ ଦାୟର କରିଥିବା ପିଟିଶନରେ ମମତାଙ୍କ ବ୍ୟତୀତ ରାଜ୍ୟର ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ନାମକୁ ମଧ୍ୟ ଯୋଡ଼ିଛି। ଅନ୍ୟପଟେ ସିବିଆଇର ଏହି ଗିରଫଦାରିକୁ ଟିଏମସି ବେଆଇନ ବୋଲି ଦର୍ଶାଇଛି। ସୂଚନାଯୋଗ୍ୟ, ୬ବର୍ଷ ତଳେ ୨୦୧୬ ମସିହାରେ ବିଧାନସଭା ନିର୍ବାଚନ ପୂର୍ବରୁ ନାରଦ ନ୍ୟୁଜ୍‌ର ସିଇଓ ମ୍ୟାଥ୍ୟୁ ସାମୁଏଲ ଏକ ଷ୍ଟିଙ୍ଗ ଅପରେଶନ କରିଥିଲେ। ଯାହାକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଷ୍ଟିଙ୍ଗ ଅପରେଶନର ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ସିଇଓ ଏକ କମ୍ପାନୀର ପ୍ରତିନିଧି ଭାବେ ଟିଏମସିର ଜଣେ ସାଂସଦ, ୩ ମନ୍ତ୍ରୀ ଏବଂ କଲକାତାର ତତ୍କାଳୀନ ମେୟର ସୋଭନ ଚାଟାର୍ଜୀଙ୍କୁ କିଛି କାମ ବଦଳରେ ମୋଟା ଅଙ୍କର ଟଙ୍କା ଦେଉଥିବା ନଜର ଆସିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories