www.samajalive.in
Monday, December 8, 2025
14.1 C
Bhubaneswar

ନୂଆ ଗୋପନୀୟତା ନୀତି ପ୍ରତ୍ୟହାର ପାଇଁ ପୁଣି ହ୍ବାଟ୍‌ସଆପକୁ କେନ୍ଦ୍ରର ନିର୍ଦେଶ

ନୂଆଦଲ୍ଲୀ: ଅନଲାଇନ୍‌ ମେସେଜିଂ ଆପ୍‌ ହ୍ବାଟ୍‌ସଆପ ଚଳିତବର୍ଷଠାରୁ ଏହାର ଗୋପନୀୟତା ନୀତିକୁ ପ୍ରତ୍ୟାହାର କରିବା ଲାଗି କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ହ୍ବାଟ୍‌ସଆପ ମୁଖ୍ୟ ଉଇଲ୍‌ କ୍ୟାଥକାର୍ଟଙ୍କୁ ଚିଠି ଲେଖିଛନ୍ତି। ଭାରତୀୟ ବ୍ୟବହାରକାରୀଙ୍କ ସୂଚନାଭିତ୍ତିକ ନିରାପତ୍ତା ଏବଂ ତଥ୍ୟର ସୁରକ୍ଷାକୁ ସମ୍ମାନ ଜଣାଇ ଗୋପନୀୟତା ନୀତି ପ୍ରତ୍ୟାହାର କରିବା ଲାଗି ସରକାର ଚିଠିରେ କହିଛନ୍ତି।

ଗତ ଜାନୁୟାରୀ ୪ରେ ହ୍ବାଟ୍ସଆପ ଏହାର ଗୋପନୀୟତା ନୀତିକୁ ପରିବର୍ତ୍ତନ କରିଥିଲା। ଫେସବୁକ ଏବଂ ଅନ୍ୟ ପ୍ଲାଟଫର୍ମରେ ହ୍ବାଟ୍ସଆପ ବ୍ୟବହାରକାରୀଙ୍କ ତଥ୍ୟ ଶେୟାର କରିବା ଲାଗି ହ୍ବାଟ୍‌ସଆପ ନୂଆ ନୀତିରେ ସର୍ତ୍ତ ରଖିଛି। ଏହାଦ୍ବାରା ବ୍ୟବହାରକାରୀଙ୍କ ଗୋପନୀୟତା ପ୍ରତି ବିପଦ ସୃଷ୍ଟି ହୋଇଛି। ଅନେକ ବ୍ୟବହାରକାରୀ ହ୍ବାଟ୍ସଆପ ଛାଡ଼ି ସିଗନାଲ ଏବଂ ଟେଲିଗ୍ରାମ ଭଳି ପ୍ଲାଟଫର୍ମକୁ ପ୍ରବେଶ କରିଥିଲେ। ବିଭିନ୍ନ ମହଲରେ ହ୍ବାଟ୍ସଆପର ଏହି ନୀତିକୁ ବିରୋଧ କରାଯିବା ସହିତ ଏ ନେଇ କୋର୍ଟରେ ମାମଲା ଚାଲିଛି। କେନ୍ଦ୍ର ସରକାର ପୂର୍ବରୁ ମଧ୍ୟ ଏହି ଗୋପନୀୟତା ନୀତିକୁ ପ୍ରତ୍ୟାହାର କରିବା ଲାଗି କମ୍ପାନୀକୁ ନିର୍ଦେଶ ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ଭାରତ ହେଉଛି ହ୍ବାଟ୍ସଆପର ସବୁଠୁ ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳ। ଯେଉଁଠି ୪୦ କୋଟି ବ୍ୟବହାରକାରୀ ହ୍ବାଟ୍ସଆପ ସହିତ ଜଡ଼ିତ ଅଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories