ଚୌଦ୍ୱାର : ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଗ୍ରାମାଞ୍ଚଳର ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା, ନମୁନା ପରୀକ୍ଷଣ, ଟିକା ନେଇଥିବା ଓ ନେଇ ନ ଥିବା ବ୍ୟକ୍ତି ବିଶେଷଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ପଞ୍ଚାୟତରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ସ୍ୱସ୍ଥ୍ୟକର୍ମୀ ମାନଙ୍କୁ ନିୟୋଜିତ କରାଯାଇଛି। ଆସନ୍ତା ୨୪ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ଯୋଜନା ରହିଛି। ଏହାକୁ ଆଖି ଆଗରେ ରଖି ଆଠଗଡ ନିର୍ବାଚନ ମଣ୍ଡଳୀର ଟାଙ୍ଗୀ-ଚୌଦ୍ୱାର ବ୍ଲକର ୫ପଞ୍ଚାୟତରେ କାର୍ଯ୍ୟରତ ସମସ୍ତ ସ୍ୱସ୍ଥ୍ୟକର୍ମୀ, ଆଶା, ଅଙ୍ଗନବାଡି କର୍ମୀ ଓ ସୁପରଭାଇଜରଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷଣ କିଟ୍ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ମଙ୍ଗରାଜପୁର କଲ୍ୟାଣ ମଣ୍ଡପ ପରିସରରେ ବିଜେଡ଼ି କଟକ ଜିଲ୍ଲା ସଂପାଦକ ସେଖ୍ ସାହାଜାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମବାୟ ଖାଉଟୀ କଲ୍ୟାଣ ଓ ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି କରୋନା କଟକଣା ଅବଲମ୍ବନ ପୂର୍ବକ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ କିଟ୍ ପ୍ରଦାନ କରିଥିଲେ।
Popular Categories



