www.samajalive.in
Sunday, December 7, 2025
18.1 C
Bhubaneswar

ରାଜ୍ୟରେ ଦିନକରେ ୧୧୦୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୨୧୪ ଏବଂ ସ୍ଥାନୀୟ ସଂକ୍ରମିତ ୪୮୮୫ ରହିଛନ୍ତି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୬୦ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ସୁନ୍ଦରଗଡରୁ ୯୮୩ ଏବଂ କଟକ ଜିଲାରୁ ୮୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଗୋଟିଏ ଦିନରେ ରାଜ୍ୟରେ ଅନୁଗୁଳ ଜିଲାରୁ ୫୫୨, ବାଲେଶ୍ୱର ୪୦୮, ବରଗଡ ୩୩୯, ଭଦ୍ରକ ୪୩୧, ବଉଦ ୨୧୩, ଦେବଗଡ ୧୦୭, ଢେଙ୍କାନାଳ ୧୬୨, ଗଜପତି ୮୨, ଗଞ୍ଜାମ ୧୯୬, ଜଗତସିଂହପୁର ୩୦୨, ଯାଜପୁର ୩୭୮, ଝାରସୁଗୁଡା ୩୦୭, କଳାହାଣ୍ଡି ୨୯୯ ଏବଂ କନ୍ଧମାଳ ଜିଲାରୁ ୮୮ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି କେନ୍ଦ୍ରାପଡାରୁ ୧୫୬, କେନ୍ଦୁଝର ୧୬୫, କୋରାପୁଟ ୨୮୦, ମାଲକାନଗିରି ୧୦୨, ମୟୁରଭଞ୍ଜ ୫୦୭, ନବରଙ୍ଗପୁର ୩୫୧, ନୟାଗଡ ୨୭୭, ନୂଆପଡା ୨୩୨, ପୁରୀ ୩୫୬, ରାୟଗଡା ୧୭୦, ସମ୍ବଲପୁର ୫୪୭, ସୋନପୁର ୨୫୨ ଏବଂ ଷ୍ଟେଟ ପୁଲରୁ ୨୪୨ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୧୦୫୮୩୮୬ ନମୁନା ପରୀକ୍ଷା କରାଯାଇସାରିଥିବାବେଳେ ସେଥିମଧ୍ୟରୁ ୬୪୪୪୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସଂକ୍ରମିତଙ୍କ ମଧ୍ୟରୁ ୫୩୬୫୯୫ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ଫଳରେ ରାଜ୍ୟରେ ୧୦୫୩୭୫ ଜଣ ସକ୍ରିୟ କରୋନା ସଂକ୍ରମିତ ଥିବା ଜଣାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories