www.samajalive.in
Tuesday, December 9, 2025
26.1 C
Bhubaneswar

ହରଭଙ୍ଗା ବ୍ଲକରେ ଆରମ୍ଭ ହେଲା ପିଡିଏସ ଚାଉଳ ବଣ୍ଟନ

ହରଭଙ୍ଗା: କରୋନାର ପ୍ରଭାବରେ ହରଭଙ୍ଗା ବ୍ଲକରେ ସ୍ଥଗିତ ଥିବା ପିଡିଏସ ଚାଉଳ ବଣ୍ଟନ ପାଇଁ ରାଜ୍ୟ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଗତ ୧୭ତାରିଖ ଏକ ସ୍ୱତନ୍ତ୍ର ଗାଇଡ ଲାଇନ ଜାରିକରାଯାଇଛି। ବିଭାଗୀୟ ସଚିବଙ୍କ ନିର୍ଦେଶକ୍ରମେ ମଙ୍ଗଳବାର ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନ ଆରମ୍ଭ ହୋଇଛି। ଚାଉଳ ପାଇଁ ପଞ୍ଚାୟତଗୁଡିକରେ କାର୍ଡଧାରୀଙ୍କ ଲମ୍ବାଲାଇନ ଲାଗିଥିବା ଦେଖିବାକୁ ମିଳିଛି। ମାତ୍ର ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀରେ ଇରିଶ ସ୍କାନ ଜରୀଆରେ ଚାଉଳ ବଣ୍ଟନ ନିର୍ଦେଶ ଦିଆଯାଇଛି। ବଣ୍ଟନବେଳେ ସାମାଜିକ ଦୂରତା ମାସ୍କ, ସାନିଟାଇଜର,ଭଳି କୋଭିଡ କଟକଣାକୁ ପାଳନ କରିବା ପାଇଁ କୁହାଯାଇଛି। ମଇ ଓ ଜୁନ ମାସର ଚାଉଳ ଆସନ୍ତା ୨୫ମଇ ସୁଦ୍ଧା ବଣ୍ଟନ କରିବାକୁ କୁହାଯାଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ଚାଉଳ ଆସନ୍ତା ମଇ ୩୧ସୁଦ୍ଧା ଉଠାଣ ସହିତ ଉକ୍ତ ଚାଉଳକୁ ଜୁନ ୧ତାରିଖରୁ ୨୫ଜୁନ ସୁଦ୍ଧା ବଣ୍ଟନ ପାଇଁ କଡାନିର୍ଦ୍ଦେଶ ଜାରିକରାଯାଇଛି। କରୋନା ଡରରେ ଯୋଗାଣ ସହାୟକ ବଂଟନ ପାଇଁ ଅନିଛା ପ୍ରକାଶ କଲେ ସେହି ଜାଗାରେ ପଞ୍ଚାୟତ କର୍ତ୍ତୃପକ୍ଷ ସମାନ ପାରିଶ୍ରମିକରେ ଅସ୍ଥାୟୀଭାବେ ନିୟୋଜିତ କରି ଚାଉଳ ବଣ୍ଟନ କରିବାକୁ ମଧ୍ୟ ନିର୍ଦେଶ ରହିଛି।

 

- Advertisement -

ମାତ୍ର କରୋନା ସମୟରେ ଇରିଶ ସ୍କାନରେ ଚାଉଳ ବଣ୍ଟନ ବିଳମ୍ବ ହେଉଥିବାବେଳେ ହିତାଧିକାରୀ ସଂକ୍ରମିତ ହେବା ଆଶଙ୍କା ରହିଥିବାରୁ ଏ ଦିଗରେ ସରକାର ପୁର୍ନବିଚାର କରିବାକୁ ହିତାଧିକାରୀ ଦାବୀ କରିଛନ୍ତି।ଅନ୍ୟପଟେ ହିତାଧିକାରିଙ୍କ ସୁବିଧା ଦୃଷ୍ଟିକୋଣରୁ ପ୍ରତି ଓାର୍ଡରେ ଭ୍ରାମ୍ୟମାଣ ଗାଡି ସାହାଯ୍ୟରେ ଚାଉଳ ବଂଟନ କରିବାକୁ ଦାବି ହେଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚକତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି। ସୂଚନା ଥାଉ କି କରୋନା ପ୍ରଭାବରେ ଲକଡାଉନ ବଳବତର ରହିଛି। ଏହି ସମୟରେ ଗରିବ ଖଟିଖିଆ କାମଧନ୍ଦାରୁ ବଂଚିତ ହୋଇରହିଛନ୍ତି। ସେମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଖାଉଟି ହିତାଧିକାରୀଙ୍କୁ ସୁରକ୍ଷିତ ଚାଉଳ ବଣ୍ଟନ ପାଇଁ ଦାବି ହେଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହେଉଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories