www.samajalive.in
Monday, December 8, 2025
14.1 C
Bhubaneswar

ଭାରତୀୟ ଧର୍ମ, ସଂସ୍କୃତି, ଐକ୍ୟ ଓ ସଂହତିର ସଂରକ୍ଷକ ଥିଲେ ଆଚାର୍ଯ୍ୟ ଆଦିଶଙ୍କର

ଭୁବନେଶ୍ୱର : ବୈଦିକ ସନାତନ ହିନ୍ଦୁଧର୍ମର ସାର୍ବଭୌମ ଗୁରୁ ଶିବାବତାର ଆଚାର୍ଯ୍ୟ ଆଦିଶଙ୍କରଙ୍କ ଜୟନ୍ତୀ ଉତ୍ସବ ଜୁମ୍ ଭିଡ଼ିଓ ଯୋଗେ ଆଦିଶଙ୍କର ବେଦାନ୍ତ ପ୍ରତିଷ୍ଠାନମ୍ ପକ୍ଷରୁ ଆଜି ସନ୍ଧ୍ୟାରେ ପୂର୍ବତନ ପ୍ରଶାସକ ତଥା କୁଳପତି ନରେନ୍ଦ୍ର କୁମାର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ ଭାରତବର୍ଷର ଏକ ଧାର୍ମିକ ତଥା ସାଂସ୍କୃତିକ ସଙ୍କଟ ସମୟରେ ଆଚାର୍ଯ୍ୟ ଶଙ୍କର ଜନ୍ମ ନେଇ ଭାରତୀୟ ଧର୍ମ, ସଂସ୍କୃତି, ସଂହତି ଓ ଐକ୍ୟର ସଂରକ୍ଷଣ କରିଥିଲେ। ମୁଖ୍ୟବକ୍ତା ଭାରତବର୍ଷର ବିଶିଷ୍ଟ ସଂସ୍କୃତ ବିଦ୍ୱାନ, ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥି ତାଙ୍କ ବକ୍ତବ୍ୟରେ କହିଲେ ଯେ, ଆଚାର୍ଯ୍ୟ ଶଙ୍କର ସ୍ୱଳ୍ପାୟୁ ଥିଲେ, କିନ୍ତୁ ୩୨ବର୍ଷ ଜୀବନ କାଳରେ ସେ ୮ବର୍ଷରେ ଚାରିବେଦର ଅଧ୍ୟୟନ କଲେ। ୧୨ବର୍ଷ ବେଳକୁ ବହୁ ଶାସ୍ତ୍ର ରଚନା କରିବା ସହ ୧୬ବର୍ଷ ବେଳକୁ ଉପନିଷଦ, ଗୀତା, ବ୍ରହ୍ମସୂତ୍ରର ଭାଷ୍ୟ ପ୍ରଣୟନ କରିଥିଲେ। ସେ ଶିବଙ୍କର ଅବତାର ଥିଲେ। ସମ୍ମାନିତ ଅତିଥି ଦିବ୍ୟଜୀବନ ସଂଘର ସନ୍ଥ ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ କହିଲେ ଯେ, ହିନ୍ଦୁଧର୍ମର ରକ୍ଷା ପାଇଁ ଆଜକୁ ୨୦୦୦ବର୍ଷ ତଳେ ସେ ସମଗ୍ର ଭାରତବର୍ଷ ପଦବ୍ରଜରେ ଭ୍ରମଣ କରି ଭାରତବର୍ଷର ସଂହତି ପାଇଁ ୪ ଦିଗରେ ୪ ଗୋଟି ଆଶ୍ରମ ପ୍ରତିଷ୍ଠା କରିଥିଲେ।

- Advertisement -

 

ସମ୍ମାନିତ ବକ୍ତା ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ ରଥ, ଆଚାର୍ଯ୍ୟଙ୍କୁ ମାନବ ଶରୀରରେ ଦେବତାଙ୍କର ଆବିର୍ଭାବ ବୋଲି କହିବା ସହ ଶଙ୍କରଙ୍କ ଦର୍ଶନ ଥିଲା ଅଦ୍ୱୈତ୍ୟବାଦ, ବେଦ ପ୍ରତିପାଦିତ ଧର୍ମର ସୁରକ୍ଷା ପାଇଁ ସେ ସମଗ୍ର ଜୀବନକୁ ପରିବ୍ରାଜକ ଭାବେ କଟାଇଥିଲେ। ସମ୍ମାନିତ ବକ୍ତା ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ଯେଉଁ ଧର୍ମଗ୍ରନ୍ଥ ସର୍ବେ ଭବନ୍ତୁ ସୁଖୀନଃର ବାର୍ତ୍ତା ସାରା ପୃଥିବୀକୁ ଦେଇଥିଲା, ସେହି ଧର୍ମ ଉପରେ ଯେତେବେଳେ କୁଠାରଘାତ ହେଲା, ସେତିକିବେଳେ ଆଚାର୍ଯ୍ୟ ଶଙ୍କର ବେଦ ଓ ବୈଦିକ ଧର୍ମକୁ ସୁରକ୍ଷା ଦେଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଓ କୋଷାଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଧନ୍ୟବାଦ ଦେବା ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପଣ୍ଡିତ ବିନୋଦ ବିହାରୀ ଦାସ ବେଦ ପାଠ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories