www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ଆକ୍ରାନ୍ତଙ୍କ ତଥ୍ୟ ଲୁଚାଇଲେ କାର୍ଯ୍ୟାନୁଷ୍ଠାନ

ଖୋଲିବ ୨୪ ଘଣ୍ଟିଆ ସହାୟକ ଡେସ୍କ

ଭୁବନେଶ୍ୱର: ଏଣିକି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସମ୍ପର୍କରେ କୌଣସି ସରକାରୀ ଓ ଘରୋଇ କୋଭିଡ ଡାକ୍ତରଖାନା ତଥ୍ୟ ଲୁଚାଇ ପାରିବେ ନାହିଁ। ଆକ୍ରାନ୍ତ ପରିବାର ସଦସ୍ୟଙ୍କୁ ନିୟମିତ ବ୍ୟବଧାନରେ ଟିକିନିଖି ତଥ୍ୟ ଦେବେ। ଯଦି ଏଥିରେ କୌଣସି ସରକାରୀ ଓ ଘରୋଇ କୋଭିଡ ଡାକ୍ତରଖାନା କର୍ତ୍ତୃପକ୍ଷ ଅବହେଳା କରନ୍ତି ତେବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦର୍ଶାଇଛନ୍ତି। ଏ ସଂକ୍ରାନ୍ତରେ ସରକାରଙ୍କ ନିକଟରେ ଅଭିଯୋଗ ଲମ୍ବିବା ପରେ ବିଭାଗ ପକ୍ଷରୁ ଏହି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।

- Advertisement -


ଏଣିକି ପ୍ରତ୍ୟେକ ସରକାରୀ ଓ ଘରୋଇ ଡାକ୍ତରଖାନାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପାଇଁ ୨୪ ଘଣ୍ଟିଆ ସହାୟକ ଡେସ୍କ ଖୋଲିବା ବାଧ୍ୟତାମୂଳକ କରାଯାଇଛି। କର୍ତ୍ତୃପକ୍ଷ ତୁରନ୍ତ ଫୋନ୍‌ କିମ୍ବା ଟୋଲ୍‌ ଫ୍ରି ନମ୍ବର ପ୍ରଚଳନ କରିବେ। ସଂକ୍ରମିତ ପରିବାର ବର୍ଗଙ୍କ ନିମନ୍ତେ ଏହାକୁ ବ୍ୟାପକ ଭାବେ ପ୍ରସାର କରାଯିବ। ସାମାଜିକ ଗଣମାଧ୍ୟମ ଜରିଆରେ ଉଭୟ ନମ୍ବରକୁ ପ୍ରସାର କରାଯାଇ ପାରିବ। ସହାୟକ ଡେସ୍କରେ ବସିଥିବା ବ୍ୟକ୍ତି ପ୍ରତି ଫୋନ୍‌କୁ ଖାତାରେ ପଞ୍ଜୀକୃତ କରି ରଖିବେ। ହ୍ୱାଟ୍‌ସ ଆପ୍‍ ଓ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ଦେବେ ବୋଲି ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories