www.samajalive.in
Sunday, December 7, 2025
26.1 C
Bhubaneswar

ବୌଦ୍ଧ ଜିଲାରେ ପୁଣି ରେକର୍ଡ ସୃଷ୍ଟି କଲା କୋଭିଡ୍‌ ସଂକ୍ରମଣ, ଆଜି ୨୬୨ ଜଣ ଆକ୍ରାନ୍ତ, ସହରରେ କମୁଛି ଗ୍ରାମାଞ୍ଚଳରେ ବଢୁଛି

ବୌଦ୍ଧ: ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲାରେ କରୋନା ସଂକ୍ରମଣ ପୁଣିଥରେ ନୂଆ ରେକର୍ଡ କରିବା ସହିତ ୨୬୨ ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହାକୁ ମିଶାଇ ଜିଲାରେ ମୋଟ କୋଭିଡ ପଜିଟିଭଙ୍କ ସଂଖ୍ୟା ୬୨୧୮ରେ ପହଞ୍ଚିଛି। ଅନ୍ୟପକ୍ଷରେ ରବିବାର ସନ୍ଧ୍ୟାସୁଦ୍ଧା ଜିଲାର ୨୫୧ ଜଣ ରୋଗୀ ସୁସ୍ଥ ହୋଇଥିବା ଜଣାଯାଇଛି। ଜିଲାରେ ସଂକ୍ରମଣ କ୍ରମାଗତ ଭାବେ ବଢି ବଢି ଚାଲିଛି। ଗ୍ରାମାଞ୍ଚଳରେ କରୋନା କଟକଣାକୁ କେହି ମାନୁନଥିବା ଯୋଗୁଁ କରୋନା ଗୋଷ୍ଠୀ ସଂକ୍ରମଣ ଦିଗରେ ଆଗଉଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଉଅଛି। ଆଜି ଆକ୍ରାନ୍ତ ହୋଇଥିବା ୨୬୨ ଜଣଙ୍କ ମଧ୍ୟରେ ବୌଦ୍ଧ ଏନ୍ଏସିରୁ ୧୬ ଜଣ, ବୌଦ୍ଧ ବ୍ଳକରୁ ୩୧ ଜଣ, ହରଭଙ୍ଗା ବ୍ଳକରୁ ୧୦୩ ଜଣ ଓ କ।ମାଳ ବ୍ଲକରୁ ୧୧୨ ଜଣ ଚିହ୍ନଟ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।

 

- Advertisement -

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୨୧୮ ହୋଇଥିବା ବେଳେ ସେଥିରୁ ୩୮୬୦ ଜଣ ସୁସ୍ଥ ହୋଇସାରିଛନ୍ତି। ବ ର୍ମାନ ଆହୁରି ୨୩୫୮ ଜଣ ସକ୍ରିୟ ରୋଗୀ ବିଭିନ୍ନ ସ୍ଥାନରେ ଚିକିତ୍ସାଧିନ ଅଛନ୍ତି। ସରକାରୀ ହିସାବରେ ମୃତକଙ୍କ ସଂଖ୍ୟା ୨୧ରେ ପହ ିଛି। ସୂଚନା ମୁତାବକ ବୌଦ୍ଧ ବ୍ଲକ ଶଗଡା ପ।ୟତରୁ ସର୍ବାଧିକ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବଘିଆପଡା ୪, ବାଉଁଶୁଣୀ ୨, ଲକ୍ଷ୍ମିପ୍ରସାଦ ୩,ବଢିଗାଁ ୨,ମୁଣ୍ଡିପଦର ୩ ଓ ମୁଣ୍ଡାପଡାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ମନୁପାଲି,ରକ୍ସା, ଖୁଣ୍ଟବନ୍ଧ,ବ୍ରାହ୍ମଣିପାଲି,ଅଇଁଳାପାଲି ପ।ୟତରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ହରଭଙ୍ଗା ବ୍ଲକ ହଟସ୍ପଟ କୁହାଯାଉଥିବା ସାମ୍ପୋଚ ପଞ୍ଚାୟତରୁ ସର୍ବାଧିକ ୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଧାନଗର ପଞ୍ଚାୟତରୁ ୨୨ ଜଣ, ବାମଣ୍ଡା ପଞ୍ଚାୟତରୁ ୧୬ ଜଣ,ମଥୁରା ପଞ୍ଚାୟତରୁ ୮ ଜଣ,ହରଭଙ୍ଗା ରୁ ୪,ପୁରୁଣାକଟକରୁ ୪,ଛତରଙ୍ଗ ୨,କୁଶଙ୍ଗ ୨,ଧଳପୁର ୨,ସରସରା ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ବାଣୀଭୂଷଣପୁର,ମହାଲିକପଡା,ରାମଗଡ,ସଙ୍କୁଲୋଇ,ତିଲେଶ୍ୱରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କ।ମାଳ ବ୍ଲକ୍ର ଖଟଖଟିଆ ପଞ୍ଚାୟତରୁ ସର୍ବାଧିକ ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମନମୁଣ୍ଡାରୁ ୧୨,ବରଗୋଛା ରୁ ୧୧,ବିଲାସପୁର ରୁ ୮,ବରଗାଁ ରୁ ୬,ଦପଲା ରୁ ୫,ଗୁଡଭେଲିପଦର ରୁ ୧୦,କଣ୍ଟାମାଳରୁ ୫,ପଲଶାଗୋରାରୁ ୫, ଶୁଣ୍ଢିପଦର ପ।ୟତରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଘିକୁଣ୍ଡି,ଜୟଦପୁର,ଖଲିଆପାଲି,ଲମ୍ବସରୀ,ନାରାୟଣପ୍ରସାଦ ଓ ରଣ୍ଡିମହୁଲ ପଞ୍ଚାୟତରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବୌଦ୍ଧ ଏନ୍ଏସିର ବାପୁଜୀନଗର ରୁ ୧, ରାଜନପାଲି ୨, ବାବୁସାହି ୩, ରଥସାହିରୁ ୧, ବ୍ରାହ୍ମଣସାହି ୧, ବୁଟୁପାଲି ୧, ବଗିଚାସାହି ୧, ଦୈନିକବଜାର ୧,ବଗିଚାସାହି ୧,ସୁଦସାହି ୧,ରଥସାହି, ପୋଡାପଡା, ଉଦ୍ୟାନକୃଷି କଲୋନୀ .ନୂଆସାହି ଓ ଖଦାଳସାହିରୁ ଜଣେ ଲେଖାଏଁ ପଜିଟିଭ୍ ହୋଇଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories