www.samajalive.in
Sunday, December 7, 2025
23.1 C
Bhubaneswar

ତାଲାବନ୍ଦରେ ସଚେତନତା ସୃଷ୍ଟି, ଅସହାୟଙ୍କୁ ଖାଦ୍ୟ ବଣ୍ଟନ

ବ୍ରହ୍ମପୁର: ଦେଶରେ କୋରନା ତାର ତାଣ୍ଡବ ରୂପ ଦେଖାଇବାରେ ଲାଗିଛି। ଦିନକୁ ଦିନ ସଂକ୍ରମଣ ବଢିବା ସହ ବହୁ ଲୋକ ମୃତ୍ୟୁ ମୁଖକୁ ଚାଲିଗଲେଣି। ସଂକ୍ରମଣ ରୋକିବା ପାଇଁ ତାଲାବନ୍ଦ ଜାରି ହୋଇଛି । ଏହା ଫଳରେ ଅନେକ ଲୋକେ ଖାଦ୍ୟ ଯୋଗାଡ଼ ପାଇଁ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବହୁ ବାସହିନ, ନିରାଶ୍ରୟୀ ଓ ଅସହାୟମାନେ ବି ଭୋକ ଉପାସରେ ଦିନ କାଟୁଛନ୍ତି। ଏହି ପରିସ୍ଥିତିରେ ସେମାନଙ୍କ ସହାୟକ ଭାବେ ଆଗେଇ ଆସିଛି କାହ୍ନା ଚାରିଟେବୁଲ ଟ୍ରଷ୍ଟ। ଟ୍ରଷ୍ଟର ସଦସ୍ୟ ବିଷ୍ଣୁ ପ୍ରସାଦ ମହାପାତ୍ରଙ୍କ ଆର୍ଥିକ ସହାୟତା କ୍ରମେ ଶନିବାର ବ୍ରହ୍ମପୁର ବଡ଼ ମେଡ଼ିକାଲ ପରିସରରେ ଥିବା ଭୋକିଲା ନିରାଶ୍ରୟୀ ଓ ଗରିବ ଶ୍ରେଣୀର ଲୋକମାନଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ତୁଣ୍ଡି, ବିଶୋଧନ ସାମଗ୍ରୀ ବଣ୍ଟନ କରାଯିବା ସହିତ ଲୋକମାନଙ୍କୁ କୋରନା ସଚେତନତା ବାର୍ତ୍ତା ଦେଇଛନ୍ତି।

 

- Advertisement -

କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ରଞ୍ଜନା ମିଶ୍ରଙ୍କ ନେତୃତ୍ୱରେ ରବୀନ୍ଦ୍ରନାଥ ମିଶ୍ର, ବିଜୟ କୃଷ୍ଣ ମହାନ୍ତି, ସ୍ବର୍ଣ୍ଣାଲତା ସାହୁ, ବି. ସତୀଶ କୁମାର, ବଂଶୀଧର ଦାସ, ଦିଲୀପ ମହାପାତ୍ର, ରାକେଶ ସିଂ ଦେଓ, ସୁନୀଲ କୁମାର ସାହୁ, ମୃତ୍ୟୁଞ୍ଜୟ ମହାନ୍ତି, ଶିଖା ସୁମନ ପାତ୍ର, ସୋନମ ଦାସ,ପି. ସରୋଜ ପାତ୍ର, ସତ୍ୟଶ୍ରୀ, ସୁମନ ଜ୍ୟୋତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories