www.samajalive.in
Tuesday, December 9, 2025
17.1 C
Bhubaneswar

ଅକ୍ଷୟ ତୃତୀୟାରେ ସୁନା ବ୍ୟବସାୟ ଛଡାଇନେଲା କରୋନା

ନବରଙ୍ଗପୁର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା, ବୈଶାଖ ମାସର ଶୁକ୍ଲପକ୍ଷର ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଇଥାଏ । ଏହି ଦିନକୁ ଶାସ୍ତ୍ରରେ ବହୁତ ଶୁଭ ଦିନ ବୋଲି କୁହାଯାଇଛି। ଆଜିର ଦିନରେ ଯେକୌଣସି ଶୁଭ କାର୍ୟ୍ୟ କଲେ ଶୁଭଫଳ ମିଳିଥାଏ ଏବଂ ଏହି ଦିନ ଲୋକେ ସୁନା ଅଳଙ୍କାର କିଣି ଘରକୁ ଆଣିଥାନ୍ତି କାହିଁକି ନା ଏହି ଦିନରେ ସୁନା କିମ୍ବା ଅଳଙ୍କାର କିଣି ଘରେ ରଖିଲେ ଧନପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ଥାଏ । ଏଣୁ ସୁନା, ରୂପା ଅଳଙ୍କାର ବ୍ୟବସାୟୀମାନେ ଆଜିର ଦିନକୁ ଅପେକ୍ଷା କରିଥାନ୍ତି । ବ୍ୟବସାୟୀଙ୍କ କହିବା ଅନୁଯାୟୀ, ବର୍ଷକୁ ଦୁଇଦିନ ଅକ୍ଷୟ ତୃତୀୟା ଏବଂ ଦୀପାବଳିର ଧନତେରାସ ଦିନରେ ଅଳଙ୍କାର ଦୋକାନମାନଙ୍କରେ ପ୍ରବଳ ଭିଡ଼ ହେବା ସାଙ୍ଗକୁ ବ୍ୟବସାୟ ମଧ୍ୟ ଭଲ ହୋଇଥାଏ । କିନ୍ତୁ ଚଳିତ ବର୍ଷ ମହାମାରୀ ଛଡାଇ ନେଇଛି ସୁନା ବ୍ୟବସାୟୀଙ୍କ ବ୍ୟବସାୟ । ନବରଙ୍ଗପୁର ଜିଲ୍ଲାରେ ପ୍ରାୟ ୧୮/୨୦ ଗୋଟି ସୁନା ଦୋକାନ ଥିବାବେଳେ ଏହି ଅକ୍ଷୟ ତୃତୀୟା ଦିନ ଜିଲ୍ଲାରେ ପ୍ରାୟ ଦୁଇ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । ଗତବର୍ଷ ମଧ୍ୟ କରୋନା ଯୋଗୁଁ ଅକ୍ଷୟ ତୃତୀୟାରେ ଦୋକାନ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏହି ଦିନ ଦୋକାନ ବନ୍ଦ ରହିଥିବା ଯୋଗୁଁ ବ୍ୟବସାୟୀ କ୍ଷତି ସହିଥିବା କହିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories