www.samajalive.in
Tuesday, December 9, 2025
26.1 C
Bhubaneswar

ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ମୁଠି ଛିଆ

ରେଙ୍ଗାଲିକ୍ୟାମ୍ପ : .ପଶ୍ଚିମ ଓଡ଼ିଶାର କୃଷି ପରମ୍ପରାରେ ଅକ୍ଷୟ ତୃତୀୟାର ବହୁତ ବିଶେଷତ୍ଵ ରହିଛି।  ଆମ ଓଡ଼ିଶାର ମୁଖ୍ୟ ଫସଲ ହେଉଛି ଧାନ। ପବିତ୍ର  ଅକ୍ଷୟ ତୃତୀୟା ଦିନ ଫସଲ ଆରମ୍ଭ ପାଇଁ ବିହନ ଅନୁକୂଳ କରାଯାଏ। ପୂର୍ବରୁ  ପ୍ରତ୍ୟେକ ଚାଷୀଙ୍କର ଜମିର କିଛି ଅଂଶ  ଏହି ଶୁଭ ଅନୁକୂଳ ପାଇଁ ନିର୍ଦ୍ଧାରିତ କରାଯାଇଥାଏ।  ଅକ୍ଷୟ ତୃତୀୟା ଦିନ ହଳ ଲଙ୍ଗଳକୁ ପୂଜା କରାଯାଇ ବିଲରେ ପ୍ରଥମ ଲଙ୍ଗଳଗାର ପକାଯାଏ ଓ ପରେ ବିହନ  ବୁଣା ଯାଏ । ଏହାକୁ ଅଖି ମୁଠି ବା ମୁଠିଛିଆ କୁହାଯାଏ। ଏହି ମହାନ୍  କୃଷି ପରମ୍ପରାକୁ ବଜାୟ ରଖିବା ପାଇଁ ଓଡ଼ିଶା ରାଜ୍ୟ କୃଷକ  ସଂଗଠନ ଅତାବିରା  ଶାଖାର ସଭାପତି  ହାରଧନ୍ ପ୍ରଧାନ ଖରମୁଣ୍ଡା ପଞ୍ଚାୟତର କନ୍ତଲଠାରେ ଏହି ଅଖିମୁଠି ପରମ୍ପରାକୁ ପାଳନ କରିଛନ୍ତି।
ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଆଜି ସକାଳ ୯ଘଣ୍ଟା ୧୫ମିନିଟ୍ ରେ  ସମସ୍ତ ଚାଷୀଙ୍କ ଉପସ୍ଥିତିରେ ବିଲରେ ପୂଜାର୍ଚ୍ଚନା କରି ଗ୍ରାମର ମାଲିକ ମହାକୁରଙ୍କ ଦ୍ଵାରା ଅଖି ମୁଠି ଅନୁକୂଳ ହୋଇଥିଲା। ଖରିଫ ଫସଲ ପାଇଁ  ବିହନ ବୁଣି ଶୁଭାରମ୍ଭ କରାଯାଇଥିଲା। ଏହି ଦିନ  ଚାଷୀଙ୍କ ପାଇଁ ଏକ ଶୁଭ ଦିନ, ତେଣୁ ଘରେ ଖିରିପୁରି ଆଦି ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ବ୍ୟଞ୍ଜନ ତିଆରି ହୁଏ। ଆଜି ଚାଷ ପାଇଁ ଆଧୁନିକ ଯନ୍ତ୍ରପାତି ଆସିଛି। ଲଙ୍ଗଳ ଆଉ ବଳଦଙ୍କ ଜୀବନ  ମୂଲ୍ୟ ହୀନ ହୋଇ ଯାଇଛି। କିନ୍ତୁ ସୂକ୍ଷ୍ମ ଭାବରେ  ଅନୁଧ୍ୟାନ କଲେ ଜାଣିପାରିବା ଯେ ଯେଉଁଦିନ ଠାରୁ ମଣିଷ ଯନ୍ତ୍ରପାତି ସାହାଯ୍ୟରେ ଚାଷ କରିବା ଆରମ୍ଭ କଲା ସେହିଦିନଠାରୁ ଉତ୍ପାଦନ କମିଗଲା। ଆଜି ଟ୍ରାକ୍ଟର ସାହାଯ୍ୟରେ ଜମିକୁ ଚଷା ଯାଉଛି। ଯାହା ଫଳରେ ଜମିର ଜଳ ଧାରଣ  କ୍ଷମତା ନଷ୍ଟ ହେଉଛି,ଜମିରେ ଥିବା ଉପକାରୀ ଜୀବ ଜନ୍ତୁ ଧୀରେ ଧୀରେ ଲୋପ ପାଇ ଯାଉଛନ୍ତି,ଏବଂ ରୋଗ ପୋକର ପ୍ରାଦୁର୍ଭାବ ବଢ଼ିଯାଇଛି। ଉତ୍ପାଦନ କମିଯାଇଛି। ଛୋଟ ଚାଷୀମାନେ ଚାଷ ଛାଡି ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ତେଣୁ ପୁରୁଣା ପଦ୍ଧତିକୁ ପୁଣି ଅବଲମ୍ବନ କରି ଚାଷ କଲେ ରୋଗ ପୋକ ଏତେ ସଂଖ୍ୟାରେ ବୃଦ୍ଧି ପାଇବ ନାହିଁ ବୋଲି ସଂଗଠନ ପ୍ରକାଶ କରିଛି । ସମୟ ଆସିବ ପୁଣି ଆମେ ସେଇ ପୁରୁଣା ପଦ୍ଧତିକୁ ଆପଣେଇ ନେବା ବୋଲି ସଂଗଠନ ସମ୍ଭାବନା ପ୍ରକଟ କରିଛି। ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ କୃଷି ନେତା ବସନ୍ତ ବାରିକ୍, ଭିକାରୀ ଚରଣ ବାରିକ୍, ସମ୍ପାଦକ ଲୋକେଶ୍ୱର  ପ୍ରଧାନ,ପଲଉ ମାଝୀ,ବୃଷାଭାନୁ ସାହୁ, ଗଣେଶ ମହାକୁର, ହୃଷୀକେଶ ପ୍ରଧାନ, ସ୍ରୀମନ୍ତ ବାରିକ୍, ଗୋବିନ୍ଦ ଭୁଏ, ଦୂର୍ବଦଲ ସ୍ୱାଇଁ, ଦଇତାରୀ ଭୋଇ, ଦୀପକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories