www.samajalive.in
Sunday, December 7, 2025
14.1 C
Bhubaneswar

କୋହଲି ଚଳିତ ପିଢ଼ିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ: ୟୁସୁଫ

ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ ବାବର ଆଜମ ଏବେ ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ୧ ନମ୍ବର ସ୍ଥାନରେ ରହିଛନ୍ତି। ଏହା ସତ୍ବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି ପାକ୍‌ ଟିମର ପୂର୍ବତନ ଖେଳାଳି ମହମ୍ମଦ ୟୁସୁଫ। କୋହଲି ବର୍ତ୍ତମାନ ପିଢ଼ିର ୧ ନମ୍ବର ଏବଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ୟୁସୁଫ କହିଛନ୍ତି।

ୟୁସୁଫ କହିଛନ୍ତି, କୋହଲି କେବେ ଅଭ୍ୟାସ କରିବାର ମୁଁ ଦେଖିନାହିଁ। ଟ୍ବିଟରରେ ତାଙ୍କର କେତେକ ଟ୍ରେନିଂ ଭିଡିଓ ଦେଖିଛି। ବର୍ତ୍ତମାନ ଯୁଗରେ ଯଦି କେହି ମୋତେ ପଚାରେ ଆଧୁନିକ କ୍ରିକେଟ କ’ଣ, ତେବେ ମୁଁ କହିବି ତାହା ହେଉଛି ପ୍ରଶିକ୍ଷଣ। ଆଜିକାର ଖେଳାଳିମାନେ କୋହଲିଙ୍କ ପରି ଫିଟ୍‌ ଏବଂ ଦ୍ରୁତ। କୋହଲିଙ୍କ ଫିଟନେସ୍‌ ତାଙ୍କ ପ୍ରଦର୍ଶନ ପଛର ବଡ଼ କାରଣ।

- Advertisement -

କୋହଲି ଏବେ ଆଇସିସି ଦିନିକିଆ ମାନ୍ୟତାରେ ୫ ନମ୍ବର ସ୍ଥାନରେ ରହିଛନ୍ତି। ୩ଟି ଯାକ ଫର୍ମାଟରେ ସେ ଭଲ ସ୍ଥାନରେ ଅଛନ୍ତି। କ୍ରିକେଟରେ କୋହଲିଙ୍କ ଅଗ୍ରଗତିକୁ ୟୁସୁଫ ପ୍ରଶଂସା କରିଛନ୍ତି। ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ କୋହଲି ୭୦ଟି ଶତକ ହାସଲ କରିଛନ୍ତି। ଦିନିକିଆରେ ୧୨ ହଜାର ରନ୍‌ ସଂଗ୍ରହ କରିଥିବାବେଳେ ଟେଷ୍ଟରେ ୧୦ ହଜାର ରନ୍‌ ନିକଟତର ହୋଇଛନ୍ତି। ୩ଟି ଯାକ ଫର୍ମାଟରେ ତାଙ୍କର ପ୍ରଦର୍ଶନ ଉଚ୍ଚକୋଟିର ଏବଂ ଆଜିର ଯୁଗରେ ସେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ୟୁସୁଫ କହିଛନ୍ତି। ପୂର୍ବ ସମୟର ଖେଳାଳିମାନଙ୍କ ସହିତ ଆଜିର ଖେଳାଳିଙ୍କୁ ତୁଳନା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories