www.samajalive.in
Sunday, December 7, 2025
26.1 C
Bhubaneswar

କରୋନାକୁ ଡରନା

ପ୍ରଶ୍ନ: କରୋନା ଭୂତାଣୁ ଶରୀରର କେଉଁ କୋଷିକା ଅଂଶକୁ ନଷ୍ଟ କରିଥାଏ?
ଉତ୍ତର: କରୋନା ଭୂତାଣୁ ଯେତେବେଳେ ମନୁଷ୍ୟ ଶରୀରକୁ ସଂକ୍ରମିତ କରେ ସେତେବେଳେ ଏହା ମନୁଷ୍ୟର ସ୍ୱାଭାବିକ କୋଷକୁ ନଷ୍ଟ କରେ। ନିଜର ଅନେକ ପ୍ରତିକୃତି ଉତ୍ପନ୍ନ କରିଦିଏ। ଭୂତାଣୁ ମୁଖ୍ୟତଃ ଶ୍ୱାସନଳୀରେ ଥିବା କୋଷଙ୍କୁ ଆକ୍ରାନ୍ତ କରେ। ଯଦ୍ଦ୍ବାରା ଶ୍ୱାସକ୍ରିୟାରେ କଷ୍ଟ ହୁଏ ଏବଂ କ୍ରମେ ଏହି ସଂକ୍ରମଣରୁ ନିମୋନିଆ ଦେଖାଯାଇପାରେ। ଡାକ୍ତରଖାନାରେ ଭର୍ତ୍ତି କରୋନା ରୋଗୀଙ୍କ ମଧ୍ୟରୁ ୫୩ ପ୍ରତିଶତ ରୋଗୀଙ୍କ ଶରୀରରେ କିଛି ନା କିଛି ପେଟରୋଗ ସମସ୍ୟା ଦେଖାଯାଏ।
ପ୍ରଶ୍ନ: କରୋନାରେ ଆକ୍ରାନ୍ତ ହେଲେ ପେଟରେ କେଉଁ କେଉଁ ସମସ୍ୟା ଦେଖାଯାଏ?
ଉତ୍ତର: କରୋନାରେ ସଂକ୍ରମିତ ହେଲେ ପେଟରୋଗ ସମସ୍ୟା ଦେଖାଯାଏ। ଯଥା: ପାଟି, ଇସୋଫାଗସ୍‌, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର ଓ ମଳଦ୍ୱାରରେ ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ। ଏପରିକି ଭୋକ ନ ଲାଗିବା, ସ୍ୱାଦ ଓ ଗନ୍ଧ ବାରି ନପାରିବା, ତରଳ ଝାଡ଼ା, ବାନ୍ତି ଲାଗିବା, ବାନ୍ତି ହେବା, ରକ୍ତ ବାନ୍ତି ହେବା, ପେଟ ବ୍ୟଥା, ଅମ୍ଳ ହାକୁଟି, ହଜମ ନହେବା ଦେଖାଦିଏ। ୨୦୨୦ ଶେଷ ଆଡ଼କୁ ସର୍ବେକ୍ଷଣରୁ ଜଣାପଡ଼ିଥିଲା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ବ୍ୟକ୍ତିଙ୍କ ପେଟ ସମସ୍ୟା ଦେଖାଦେଇଥିଲା। ଅନେକ ସମୟରେ ଏସବୁ ସମସ୍ୟା ଶ୍ୱାସକ୍ରିୟା ଓ ଜ୍ୱର ଦେଖାଯିବା ପୂର୍ବରୁ ପରିଲକ୍ଷିତ ହୋଇଥାଏ। ଏବେ ଶ୍ୱାସକ୍ରିୟା ସମସ୍ୟା ସହ ପେଟ ସମସ୍ୟା ଦେଖିବାକୁ ମିଳୁଛି। କିଛି କ୍ଷେତ୍ରରେ କରୋନା ଦ୍ୱାରା ଆନ୍ତ୍ର ଟିସୁ ନଷ୍ଟ ହୋଇଯାଇଥାନ୍ତି ଓ ମଳତ୍ୟାଗ କମି ଯାଇଥାଏ।
ପ୍ରଶ୍ନ: କରୋନା କେମିତି ପେଟରେ ରୋଗ ସୃଷ୍ଟି କରେ?
ଉତ୍ତର: କରୋନା ଭୂତାଣୁ ଆଞ୍ଜିଓଟେନ୍‌ସିନ୍‌ କନଭର୍ଟିଙ୍ଗ୍‌ ଏନ୍‌ଜାଇମ୍‌-୨ ପୋଷକ ତତ୍ତ୍ବ(ପ୍ରୋଟିନ୍‌)କୁ ବ୍ୟାପକ ଭାବେ ବ୍ୟବହାର କରି ଅନ୍ତକୋଷ ଗ୍ରନ୍ଥି (ଇଣ୍ଟଷ୍ଟାଇନାଲ୍‌ ସେଲ୍‌) ଓ ଶ୍ବାସନଳୀ (ରେସ୍‌ପିରାଟୋରୀ ସେଲ୍‌ )ଭିତରକୁ ପ୍ରବେଶ କରେ। ରିସେପ୍ଟର୍‌ ଚାରିପଟେ କୋଷୀୟ ଝିଲ୍ଲି ଥାଏ। ରକ୍ତବାହୀ ନଳୀକୁ ସଙ୍କୁଚିତ କରି ରକ୍ତଚାପ ବୃଦ୍ଧି କରୁଥିବା ଆଞ୍ଜିଓଟେନ୍‌ସିନ୍‌ ପ୍ରୋଟିନ୍‌ସ୍ତରକୁ ନିୟନ୍ତ୍ରଣ କରି ଏହା ରକ୍ତଚାପକୁ ନିୟମିତ କରେ। କରୋନା ଭୂତାଣୁ ନିଜର ସଂକ୍ରାମକ ପ୍ରୋଟିନ୍‌କୁ ଲଗାଇ ଦେଇ ଇଣ୍ଟଷ୍ଟାଇନାଲ୍‌ ସେଲ୍‌ରେ ପ୍ରବେଶ କରିବାରେ ସକ୍ଷମ ହୁଏ। ତା’ପରେ ଭୂତାଣୁ କୋଷର କାର୍ଯ୍ୟକାରିତାକୁ ବ୍ୟବହାର କରି ଆହୁରି ସଂକ୍ରମିତ ଭୂତାଣୁୁ ସୃଷ୍ଟି କରିଦିଏ। ଯେତେବେଳେ କରୋନା ଭୂତାଣୁ ସଂକ୍ରମିତ କୋଷକୁ ଛାଡ଼ିଦିଏ ତାହା ସାଇଟୋକାଇନ୍‌ ନାମକ ସୂକ୍ଷ୍ମ ପୋଷକ ତତ୍ତ୍ବର କ୍ଷରଣକୁ ସକ୍ରିୟ କରିଦିଏ।
ପ୍ରଶ୍ନ: ସଂକ୍ରମିତଙ୍କଠାରୁ କେତେଦିନ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥାଏ?
ଉତ୍ତର: ଫେବୃଆରୀରେ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ୨୬.୭ ପ୍ରତିଶତ ବ୍ୟକ୍ତିଙ୍କ ମଳରେ ଭୂତାଣୁ ବାହାରି ଥାଏ। ଏଥିରୁ ପ୍ରାୟ ୧୯ ଦିନ ଯାଏଁ ସଂକ୍ରମଣକାରୀ କଣିକା ବାହାରିବା ଆଶଙ୍କା ରହିଛି। ସେଥିପାଇଁ ସେଣ୍ଟର ଫର୍‌ ଡିଜିଜ୍‌ କ‌େ‌ଣ୍ଟ୍ରାଲ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ ଅନୁସାରେ ସଂକ୍ରମିତ ବ୍ୟକ୍ତି ୧୦-୨୦ ଦିନ ଯାଏଁ ସଙ୍ଗରୋଧରେ ରହିବା ଆବଶ୍ୟକ। ପ୍ରଥମ ଲହରରେ ୨ ସପ୍ତାହ ମଧ୍ୟରେ ସଂକ୍ରମଣ ଚାଲି ଯାଉଥିବା ବେଳେ ଦ୍ବିତୀୟ ଲହରରେ ଅଧିକ ଦିନ ଲାଗୁଛି।
ପ୍ରଶ୍ନ: କରୋନା ଯକୃତକୁ ନଷ୍ଟ କରିଦିଏ କି?
ଉତ୍ତର: କରୋନା ସଂକ୍ରମଣରେ ଯକୃତରୁ ଏଞ୍ଜାଇମ୍‌ କ୍ଷରଣ ବୃଦ୍ଧି ପାଇଥାଏ। ଯକୃତ ଏଞ୍ଜାଇମ୍‌ର ବୃଦ୍ଧି ପାଉଥିବା ସ୍ତର ହିଁ ଜଣେ ବ୍ୟକ୍ତିଙ୍କ ଯକୃତ ଅନ୍ତତଃ ସାମୟିକ ଭାବରେ ନଷ୍ଟ ହୋଇଯାଇଥିବା ସୂଚନା ଦିଏ। ଯକୃତ ସିରୋସିସ୍‌ ତଥା କ୍ରୋନିକ୍‌ ଯକୃତ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ କରୋନା ସଂକ୍ରମଣ ଆଶଙ୍କା ବେଶି ଥାଏ। ହେପାଟାଇଟିସ୍‌-‘ବି’ ଓ ‘ସି’ରେ ଆକ୍ରାନ୍ତ ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ କରୋନା ଦ୍ୱାରା ଅଧିକ ଗୁରୁତର ହୋଇଯିବାର ଆଶଙ୍କା ରହିଛି। ହେପାଟାଇଟିସ୍‌-‘ବି’ ଓ ‘ସି’ ରୋଗୀ ଔଷଧ ସେବନ ଜାରି ରଖନ୍ତୁ। ଚିକିତ୍ସା କରୁଥିବା ଡାକ୍ତର ନ କହିବା ଯାଏ ଔଷଧ ବନ୍ଦ କରନ୍ତୁ ନାହିଁ। ଖୁବ୍‌ ସତର୍କ ହୋଇ ଚଳନ୍ତୁ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories