www.samajalive.in
Tuesday, December 9, 2025
19.1 C
Bhubaneswar

ଗଙ୍ଗାର ଖେରେଶ୍ଵର ଘାଟରେ ପୋତାଯାଇଛି ଶତାଧିକ ମୃତହେଦ, ବର୍ଷାରେ ବାଲି ଧୋଇଯିବାରୁ ସାମ୍ନାକୁ ଆସିଲା ଘଟଣା

ଗଙ୍ଗା ନଦୀର ବକ୍ସର ଘାଟ ଭଳି ଶିବରାଜପୁରର ଖେରେଶ୍ଵର ଘାଟରେ ବି ଶତାଧିକ ମୃତଦେହ ପୋତାଯାଇଛି। ପ୍ରାୟ ୩ ଶହ ମିଟର ଅଞ୍ଚଳରେ ଯେଉଁଠି ଆଖି ପଡ଼ିବ ସେଠାରେ ମୃତଦେହ ନଜର ଆସୁଛି। ବର୍ଷା ଯୋଗୁ ନଦୀ ବାଲି ଧୋଇଯିବା ଫଳରେ ଏବେ ମୃତଦେହଗୁଡ଼ିକ ବାହାରକୁ ଦେଖାଯାଉଛି। କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମୃତଦେହ ସତ୍କାର କରିପାରି ନ ଥିବା ପରିଜନମାନେ ଏଠାରେ ପୋତି ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ଯୋଗୁ କାଠ ମହଙ୍ଗା ହୋଇଯିବାରୁ ଗରିବ ଲୋକଙ୍କ କ୍ଷେତ୍ରରେ ଶ୍ମଶାନଘାଟରେ ମୃତଦେହ ସତ୍କାର ସମ୍ଭବ ହେଉନାହିଁ। ତେଣୁ ସେମାନେ ଲୁଚାଛପାରେ ନଦୀକୂଳରେ ତାହାକୁ ପୋତି ଦେଉଛନ୍ତି। ଦିନକ ତଳେ ପ୍ରବଳ ବର୍ଷା ଯୋଗୁ ବାଲି ଧୋଇଯିବାରୁ ମୃତଦେହଗୁଡ଼ିକ ନଜର ଆସିଥିଲା। ଏ ନେଇ ଖବର ମିଳିବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

- Advertisement -

ପ୍ରାୟ ୨ରୁ ୩ ଫୁଟ ବ୍ୟବଧାନରେ ଗୋଟିଏ ଲେଖାଏ ମୃତଦେହ ପୋତାଯାଇଛି। ପୁଲିସ ଏହା ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି। ଗତ ଏପ୍ରିଲରେ ସହରାଞ୍ଚଳରେ ପ୍ରତିଦିନ ଶତାଧିକ ଲୋକଙ୍କ ମୃତ୍ୟୁ ଘଟୁଥିଲା। ତେବେ ଗଙ୍ଗାନଦୀରୁ ମୃତଦେହ ମିଳିବା ପରେ ଗ୍ରାମାଞ୍ଚଳରେ ବି ବହୁ ଲୋକ ପ୍ରାଣ ହରାଉଥିବା ଏବେ ସାମ୍ନାକୁ ଆସୁଛି, ଯାହାର ଖବର ପ୍ରଶାସନ ନିକଟରେ ନାହିଁ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories