www.samajalive.in
Wednesday, December 10, 2025
15.1 C
Bhubaneswar

ସରକାର ଦେଲେ ଅନୁମତି, ଘରେ ପହଞ୍ଚିବ ମଦ

ଭୁବନେଶ୍ୱର: କରୋନା ମହାମାରୀ କାଳରେ ମଦ୍ୟପମାନେ ଘରେ ବସି ଯେଉଁ ‘କମ୍ପାନୀର ମଦ ଚାହିଁବେ ତାହା ନିକଟସ୍ଥ ସରକାରୀ ଅନୁମତିପ୍ରାପ୍ତ ମଦ ଦୋକାନରୁ ପାଇପାରିବେ। ଦେକାନରେ କାମ କରୁଥିବା କର୍ମଚାରୀ (ଡେଲିଭରି ବୟ) ଘରେ ନେଇ ମଦ ପହଞ୍ଚାଇବେ। ବୁଧବାର ଏଭଳି ନିର୍ଦେଶନାମା ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି।

ଏନେଇ ବିଭାଗୀୟ ପ୍ରମୁଖ ସଚିବ ଏସ୍‍. କେ. ଲୋହାନୀ ରାଜ୍ୟ ଅବକାରୀ ଆଯୁକ୍ତଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଅବକାରୀ ଆଇନ-୨୦୦୮ର ଅନୁଶୀଳନ ପରେ ରାଜ୍ୟ ସରକାର ଘରେ ମଦ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଥିପାଇଁ ସମ୍ପୃକ୍ତ ଜିଲାପାଳଙ୍କୁ ଉପଯୁକ୍ତ ନିଷ୍ପତ୍ତି ଓ କ୍ଷମତା ବ୍ୟବହାର କରିବାକୁ କୁହାଯାଇଛି। ଏହି ନିର୍ଦେଶନାମା କାର୍ଯ୍ୟକାରୀ ସମୟରେ ଗତବର୍ଷ ମେ’ ୨୩ ଓ ଜୁନ୍‍ ୨୯ରେ ଯେଉଁ ମାର୍ଗଦର୍ଶିକା ଜାରି କରାଯାଇଥିଲା ତାହା ଅନୁସରଣ କରିବାକୁ ଶ୍ରୀ ଲୋହାନୀ ପତ୍ରରେ ଦର୍ଶାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories