www.samajalive.in
Sunday, December 7, 2025
26.1 C
Bhubaneswar

ବୁଲା ପଶୁଙ୍କୁ ଆହାର ପ୍ରଦାନ

ଚୌଦ୍ୱାର: କରୋନା ହେତୁ ରାଜ୍ୟରେ ଲକଡାଉନ ଓ ସଟ୍‍ଡାଉନ ଲାଗୁ ହୋଇଥିବାରୁ ବୁଲା ଗାଇଗୋରୁ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସହିତ ହୋଟେଲ, ଢାବା ତଥା ଜଳଖିଆ ଦୋକାନ ସବୁ କଟକଣାରେ ଥିବା ଓ ବନ୍ଦ ରହୁଥିବାରୁ ସହରବଜାରରେ ବୁଲା ପଶୁ ସବୁ ଖାଦ୍ୟ ନପାଇ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ନଜରରେ ରଖି ଚୌଦ୍ୱାର ପୌରପାଳିକା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନର ମିଳିତ ସହଯୋଗରେ ପୌରପାଳିକାର୧୯ଟି ୱାର୍ଡ ଓ ବଜାରଘାଟରେ ବୁଲୁଥିବା ଷଣ୍ଢ, ଗାଇ, କୁକୁରମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଉଛି।

ପୌରନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଫାଉଣ୍ଡେସନର ସଂପାଦକ ଶିବାନନ୍ଦ ବାରିକଙ୍କ ତତ୍ୱାବଧାନରେ ଚାଲୁଥିବା ଏହି କାର୍ଯ୍ୟକ୍ରମକୁ ପୌର କର୍ମଚାରୀ ବିଚିତ୍ରାନନ୍ଦ ସ୍ୱାଇଁ ତଦାରଖ କରୁଛନ୍ତି। କାହ୍ନୁ ଚରଣ ସେଠୀ, ଶ୍ରୀକାନ୍ତ ଜେନା, କେଦାରନାଥ ବେହେରା, ଚନ୍ଦନ ସ୍ୱାଇଁ, ଭବାନୀ ଶଙ୍କର ମହାନ୍ତି ଓ ଓମପ୍ରକାଶ ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଏଥିରେ ସହଯୋଗ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଲକ୍‍ ଡାଉନ୍‍ ଓ ସଟ୍‍ଡାଉନ ହଟିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଫାଉଣ୍ଡେସନର ସଭାପତି ନରୋତ୍ତମ ଦାସ ସୂଚନା ଦେଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories