www.samajalive.in
Sunday, December 7, 2025
26.1 C
Bhubaneswar

ଏଣିକି ଭାରତରେ ତିଆରି ହେବ ବିଦ୍ୟୁତ ଚାଳିତ କାର୍‌ ବ୍ୟାଟେରୀ

ନୂଆଦିଲ୍ଲୀ: ଏଣିକି ଭାରତରେ ତିଆରି ହେବ ବିଦ୍ୟୁତ ଚାଳିତ କାର୍‌ ବ୍ୟାଟେରୀ। ଏଥିଲାଗି ଆଡଭାନ୍ସ କେମିଷ୍ଟ୍ରୀ ସେଲ୍‌ ବ୍ୟାଟେରୀ ଭଣ୍ଡାରର ଜାତୀୟ କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦିଆଯାଇଛି। ଏହି ନିଷ୍ପତ୍ତି ଆତ୍ମନିର୍ଭର ଭାରତର ଏକ ପରିଦୃଶ୍ୟ ହେବା ସହିତ ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଲାଗି ନିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର ସୂଚନା ଦେଇଛନ୍ତି।

ଜାଭଡେକର କହିଛନ୍ତି ଯେ, ବ୍ୟାଟେରୀ ଭଣ୍ଡାର ଯେପରି ବୃଦ୍ଧି ପାଇବ ସେଥିଲାଗି ଆମେ ୨୦ ହଜାରର ବ୍ୟାଟେରୀ ଷ୍ଟୋରେଜ ବାହାରୁ ଆମଦାନୀ କରୁଛେ। କିନ୍ତୁ ଏବେ ପିଏଲଆଇ(ପ୍ରଡକ୍ସନ ଲିଙ୍କ୍‌ଡ ଇନସେନ୍‌ଟିଭ୍‌ସ) ଅଧୀନରେ ଦେଶରେ ଏହାର ଉତ୍ପାଦନ କରାଯିବ। ଏହା ଫଳରେ ବହୁ ମାତ୍ରାରେ ଇନ୍ଧନ ଆମଦାନୀକୁ ହ୍ରାସ କରାଯାଇ ପାରିବ। ଉନ୍ନତ ରସାୟନ ସେଲ୍‌ ବ୍ୟାଟେରୀ ଭଣ୍ଡାର ଲାଗି ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଜରିଆରେ ୪୫ ହଜାର କୋଟି ଟଙ୍କାର ନିବେଶ ହେବାର ସମ୍ଭାବନା ରହିଛି। ଏହି ଯୋଜନା ଦ୍ବାରା ଇଲେକ୍ଟ୍ରିକ ଯାନ ଯୋଜନାକୁ ବି ଲାଭ ମିଳିବ। ଆମେ ବ୍ୟାଟେରୀ ଭଣ୍ଡାରର ବ୍ୟବହାର କଲେ କୋଇଲା ବ୍ୟବହାର ହ୍ରାସ ପାଇବ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories