www.samajalive.in
Tuesday, December 9, 2025
19.1 C
Bhubaneswar

ବୁଧବାର ରାଶିଫଳ (୧୨.୦୫.୨୦୨୧)

ମେଷ: ଭାତ୍ରୁଭାବ ଅତୁଟ ରହିବ। ଧନବାନ୍‌ ହୋଇପାରନ୍ତି। ଧର୍ମୀୟ କାର୍ଯ୍ୟରେ ବହୁ ମିତ୍ରଙ୍କ ସାନିଧ୍ୟ ମିଳିବ। ବିଦ୍ୟାବାନ୍‌ ହେବେ। ପ୍ରୀତିଲାଭ କରିପାରନ୍ତି। ନିଃସ୍ବାର୍ଥପର ହେବେ। ନୀତିନିଷ୍ଠ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି।
ବୃଷ: ଉଚ୍ଚ ପଦାଧିକାରୀ ଆସନ ଅଳଙ୍କୃତ କରିପାରନ୍ତି। ସୁସ୍ଥ ଓ ନିରାଶ୍ରୟ ଜୀବନଯାପନ କରିବେ। ସନ୍‌ମାର୍ଗୀ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ସଦାସର୍ବଦା ହର୍ଷଯୁକ୍ତ ହେବେ। ମିଷ୍ଟାନ୍ନ ଭୋଜନରେ ଆପାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ।
ମିଥୁନ: ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ନିଜ କର୍ମରେ ଦକ୍ଷତା ପ୍ରତିପାଦନ କରିବେ। ଆପଣାର ଲୋକେ କରଛଡ଼ା ଦେଇପାରନ୍ତି। ଚତୁର ହେବେ। ଆଖିରେ ଯନ୍ତ୍ରଣା ଉପୁଜିପାରେ। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି।
କର୍କଟ: ଜନସାଧାରଣଙ୍କ ପୂଜ୍ୟ ହେବେ। ବୀର ଦର୍ପରେ ଶତ୍ରୁ ଦମନ କରି ବିଜୟବାନା ଉଡ଼ାଇ ପାରନ୍ତି। ବ୍ରହ୍ମକଲ୍ୟାଣ ଲାଭ କରିବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସରକାରୀ ଅର୍ଥ ମିଳିବ। ସତ୍‌ କର୍ମରେ ନିଜକୁ ନିୟୋଜିତ କରିବେ।
ସିଂହ: ଜୀବେ ଦୟାଧର୍ମରେ ଦୀକ୍ଷିତ ହେବେ। ହୃଦୟବାନ୍‌ ହୋଇପାରନ୍ତି। ପରନାରୀକୁ ମାତୃବତ୍‌ ଜ୍ଞାନ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବ୍ରାହ୍ମଣ ଓ ଦେବତାଙ୍କ ପ୍ରତି ଅନୁରକ୍ତି ରହିବ। ବ୍ୟବସାୟ ଲାଭଜନକ ହେବ।
କନ୍ୟା: ବିଶାଳ କୀର୍ତ୍ତି ସ୍ଥାପନ କରିବେ। ପୁଣ୍ୟ ଅର୍ଜନ କରିପାରନ୍ତି। ସ୍ବାଭିମାନୀ ହେବେ। ପତ୍ନୀଙ୍କ ଅଭିଷ୍ଟ ପୂରଣ କରିବାରେ ସକ୍ଷମ ହେବେ। ବହୁ ମିତ୍ରଙ୍କ ସାନିଧ୍ୟ ମିଳିବ। ଭାଗ୍ୟଶାଳୀ ହୋଇପାରନ୍ତି। ଧନବାନ୍‌ ହେବେ। ମହିଳା ଗୋଷ୍ଠୀର ନେତୃତ୍ବ ନେବେ।
ତୁଳା: ସରକାରୀ କୋପ ଦୃଷ୍ଟି ପ୍ରତି ସତର୍କ ରହି ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚୌର ଭୟ ଅଛି। କିଛି ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉତ୍ତମ ବନ୍ଧୁଙ୍କ ସାନିଧ୍ୟ ଓ ସହଯୋଗ ପାଇବେ। ସୁପୁତ୍ର ପ୍ରାପ୍ତିର ସୂଚନା ମିଳୁଛି।
ବିଛା: ବହୁ ବିଶେଷ ପୁଣ୍ୟର ଅଧିକାରୀ ହେବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସହଜରେ ସମ୍ପାଦନ କରି ପ୍ରଶଂସାର ପାତ୍ର ହେବେ। ସୁଶୀଳ ବ୍ୟକ୍ତି ଭାବେ ଆଦରଣୀୟ ହେବେ। ପ୍ରାୟ ପ୍ରତ୍ୟକ କ୍ଷେତ୍ରରେ ବିନୟଭାବ ପ୍ରକାଶ କରି ସମ୍ମାନିତ ହେବେ।
ଧନୁ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଶତ୍ରୁଦମନ କରି ମାନସିକ ଶାନ୍ତି ଫେରିପାଇବେ। କ୍ଷମତାଶାଳୀ ହେବେ। ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରିପାରନ୍ତି।
ମକର: ପ୍ରିୟଜନଙ୍କ ଦର୍ଶନ ମିଳିବ। ଦାନ-ଧର୍ମ ଦୀକ୍ଷିତ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ପାପ ପରାଙ୍‌କ୍ଷ ହୋଇପାରନ୍ତି। ଶତ୍ରୁ ବିଜୟୀ ହେବେ। ବ୍ରହ୍ମ ଉପାସକ ହେବେ। ଜ୍ଞାନଗରିମାଯୁକ୍ତ ହେବେ। ସୁସ୍ଥ ରହିବେ।
କୁମ୍ଭ: ପ୍ରଭୃତ୍ବ ବିସ୍ତାର କରିପାରନ୍ତି। ଜଣେ ମହାନ୍‌ ପୌରୁଷର ଅଧିକାରୀ ହେବେ। କୁଳ ପ୍ରଧାନ ହୋଇପାରନ୍ତି। ପିତୃମାତୃ ଭକ୍ତିଯୁକ୍ତ ହେବେ। ଶ୍ରେଷ୍ଠ ପଦପଦବୀର ଅଧିକାରୀ ହେବେ। ଆପଣଙ୍କ ପରାମର୍ଶ ପରିସ୍ଥିତିରେ ଉପାଦେୟ ହେବ।
ମୀନ: ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ବିଚାରରେ ନିର୍ଦେଶିତ ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୁଳ ରହିଛି। ଭଗବତ୍‌ପ୍ରେମୀ ହେବେ। ଠାକୁରଙ୍କ ଦର୍ଶନ ଲାଭକରି ନିଶ୍ଚିନ୍ତ ହେବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଅର୍ଥ ମିଳିପାରେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories