www.samajalive.in
Sunday, December 7, 2025
18.1 C
Bhubaneswar

ଆମେରିକାରେ ୧୨ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଟିକା, ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ

ୱାଶିଂଟନ: କରୋନା ଭୂତାଣୁର ପ୍ରକୋପ ବିଶ୍ଵବ୍ୟାପୀ ଜାରି ରହିଛି। ତେବେ ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଭାରତ ଏବଂ ଆମେରିକା । ତେବେ ଆମେରିକା ମହାମାରୀ ବିରୋଧୀ ଲଢ଼େଇରେ ଆଉ ପାଦେ ଆଗକୁ ଯାଇ ଏକ ବଡ଼ ପଦକ୍ଷେପ ନେଇଛି। ଦେଶରେ ୧୨ରୁ ୧୫ ବର୍ଷର ପିଲାମାନଙ୍କୁ ଟିକା ଦେବାକୁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ୧୨ରୁ ୧୫  ବର୍ଷର ପିଲାମାନଙ୍କ ପାଇଁ ପିଫାଇଜର କରୋନା ଟିକାକୁ ଜରୁରୀ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଛି।

ଏଫଡିଏର କାର୍ଯ୍ୟକାରୀ ଆୟୁକ୍ତ ଡା. ଜେନେଟ ବୁଡ୍‌କକ୍‌ କହିଛନ୍ତି ଯେ, କରୋନା ଟିକାର ବ୍ୟବହାରକୁ ନେଇ ନିଆଯାଇଥିବା ଏହି ନିଷ୍ପତ୍ତି ଆମକୁ ସାଧାରଣ ସ୍ଥିତିକୁ ଫେରିବାରେ ସହାୟତା କରିବ। ସବୁ ତଥ୍ୟର ଗଭୀର ସମୀକ୍ଷା କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବାରୁ ପିଲାମାନଙ୍କ ମା’ବାପା ଏବଂ ଅଭିଭାବକମାନେ ଅଶ୍ଵସ୍ତ ରୁହନ୍ତୁ।

- Advertisement -

ସୂଚନାଯୋଗ୍ୟ, ଏଫଡିଏ ପୂର୍ବରୁ ୧୬ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ପିଲାଙ୍କ ପାଇଁ ପିଫାଇଜର ଟିକା ଦେବାକୁ ମଞ୍ଜୁରୀ ଦେଇଥିଲା। ତେବେ ଏହି ଟିକା ଛୋଟ ପିଲାମାନଙ୍କ ଉପରେ ବି ଭଲ ଭାବେ କାର୍ଯ୍ୟ କରୁଥିବା କମ୍ପାନୀ ଜାଣିବାକୁ ପାଇଥିଲା। ଏହା ପରେ ସରକାର ଏହି ଘୋଷଣା କରିଛନ୍ତି।

ତେବେ ଭାରତରେ କରୋନାର ୩ୟ ତରଙ୍ଗ ଆସିବା ନେଇ ଏବେଠୁ ବିଶେଷଜ୍ଞମାନେ ଚେତାବନୀ ଦେଇସାରିଛନ୍ତି। ଏହାର ମୁକାବିଲା ପାଇଁ ବି ସରକାର ଏବେଠାରୁ ପ୍ରସ୍ତୁତ ହେଉଛନ୍ତି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ୩ୟ ତରଙ୍ଗ ସମୟରେ ପିଲାମାନେ ବେଶୀ ପ୍ରଭାବିତ ହେବେ। ଏଭଳି ପରିସ୍ଥିତିରେ ଆମେରିକା ନେଇଥିବା ପଦକ୍ଷେପ ଭାରତ ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories