www.samajalive.in
Tuesday, December 9, 2025
17.1 C
Bhubaneswar

ଦିନ ୧୧ଟା ସୁଦ୍ଧା ମୁଖ୍ୟ ଖବର (୧୧ ମେ ୨୦୨୧)

ଦେଶ/ବିଦେଶ ଖବର

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଦିନରେ ୩୮୭୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ତିରୁପତି: ଆନ୍ଧପ୍ରଦେଶର ତିରୁପତିସ୍ଥିତ ରୁଇଆ ଡାକ୍ତରଖାନାରେ ଘଟିଛି ଦୁଃଖଦ ଘଟଣା। ଖ୍ୟାତିସଂପନ୍ନ ଏହି ଡାକ୍ତରଖାନାରେ ମାତ୍ର ୫ ମିନିଟ ପାଇଁ ଅମ୍ଳଜାନ ଯୋଗାଣ ବିଳମ୍ବ ହେବାରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି।

- Advertisement -

ନୂଆଦିଲ୍ଲୀ: କୋଭିଡ ୧୯ ସଂକ୍ରମଣକୁ ନେଇ ଗବେଷକମାନେ ସଂପ୍ରତି ଆଉ ଏକ ତଥ୍ୟ ସମ୍ମୁଖକୁ ଆଣିଛନ୍ତି। ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ‘ଏବି’ ଏବଂ ‘ବି’ ରକ୍ତ ଗ୍ରୁପ୍‍ ଥିବା ଲୋକମାନେ କୋଭିଡ-୧୯ ସଂକ୍ରମଣ ପ୍ରତି ଅଧିକ ସମ୍ବେଦନଶୀଳ। ଅର୍ଥାତ ଏହି ରକ୍ତ ଗ୍ରୁପ ଥିବା ଲୋକଙ୍କୁ କୋଭିଡ-୧୯ ସଂକ୍ରମଣ ହେବା ଆଶଙ୍କା ଅଧିକ ରହିଛି।

ପାଟନା: ଉତ୍ତର ପ୍ରଦେଶ ଏବଂ ବିହାର ସୀମାନ୍ତ ଗଙ୍ଗାନଦୀରେ ୪୫ରୁ ଅଧିକ ମଣିଷଙ୍କ ମୃତଦେହ ଭାସୁଛି। ସେଗୁଡିକ ପଚିଯାଇ ଏବେ ବିହାର ପଟ ବକ୍ସର ଜିଲାର ଚଉସା ନିକଟ ନଦୀ କୂଳରେ ଲାଗିରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ସହିତ ସମଗ୍ର ବକ୍ସର ଜିଲାରେ ଆତଙ୍କ ଖେଳିଯାଇଛି। ସେଗୁଡିକ ଉତ୍ତରପ୍ରଦେଶରୁ ନଦୀ ସ୍ରୋତରେ ଭାସିଆସିଥିବା ଅନୁମାନ କରୁଛି ସ୍ଥାନୀୟ ପ୍ରଶାସନ। ସମ୍ଭବତଃ ଉତ୍ତରପ୍ରଦେଶରେ କୋଭିଡରେ ପ୍ରାଣ ହରାଇଥିବା ଏହି ଲୋକମାନଙ୍କ ପରିବାରବର୍ଗ ଓ ସଂପର୍କୀୟମାନେ ଅନ୍ତିମ ସଂସ୍କାର କରିବାକୁ ଅକ୍ଷମ ହେବାପରେ ସେଗୁଡିକୁ ନଦୀରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।

ବେଜିଂ: ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ଚୀନରେ ଜନସଂଖ୍ୟା ୧୪୧ କୋଟିକୁ ବୃଦ୍ଧିପାଇଛି। ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଜନସଂଖ୍ୟା ୭୨ ନିୟୁତ ବଢିଥିବା ଦେଶର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ କୁହାଯାଇଛି। ୨୦୨୦ ସୁଦ୍ଧା ଦେଶର ଜନସଂଖ୍ୟା ୧୪୧ କୋଟି ୧୦ ଲକ୍ଷରେ ପହଞ୍ଚିଥିବା ବ୍ୟୁରୋ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଡେରାଡୁନ: ଉଷା ଶ୍ରୀବାସ୍ତବ। ବୟସ ୭୧ ବର୍ଷ। କିନ୍ତୁ ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ଆଗରେ ଆଜି ହାର୍‌ ମାନିଯାଇଛି ବୟସ। ପରିଣତ ବୟସରେ ସେ ସର୍ବଭାରତୀୟ ଓକିଲାତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦେଖାଇ ଦେଇଛନ୍ତି ଯେ ଇଚ୍ଛାଶକ୍ତି ଆଗରେ ସବୁକିଛି ତୁଚ୍ଛ। ପ୍ରଥମ ପ୍ରୟାସରେ ସେ ଏହି ସଫଳତା ହାସଲ କରିଛନ୍ତି। ଉଷାଙ୍କ ଘର ଉତ୍ତରାଖଣ୍ଡର ରୁଦ୍ରପୁର ସହରରେ।

ରାଜ୍ୟ ଖବର

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇ ୧୦ ହଜାର ତଳକୁ ଖସିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ହଜାର ୭୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୪ ହଜାର ୬୬୬କୁ ବୃଦ୍ଧି ପାଇଛି। ନୂଆ ସଙ୍କ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୫୧୧ ଥିବା ବେଳେ ସୁନ୍ଦରଗଡ଼ରୁ ୧୦୧୮ ଜଣ ରହିଛନ୍ତି।

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୨୪ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ପବନ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories