www.samajalive.in
Sunday, December 7, 2025
18.1 C
Bhubaneswar

‘ପୋଷ୍ୟ ସ୍କୁଲ’ର ଭିତ୍ତିଭୂମି ସମୀକ୍ଷା କଲେ ଓଟିଡିସି ଅଧ୍ୟକ୍ଷା

ଭୁବନେଶ୍ବର :  ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଲାଙ୍ଗିର ସରକାରୀ ବାଳିକା ବିଦ୍ୟାଳୟର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ସ୍କୁଲର ସୌନ୍ଦର୍ଯ୍ୟକରଣ ସମେତ ସେଠାରେ ଛାତ୍ରୀ ମାନଙ୍କ ପାଇଁ ଉନ୍ନତମାନର ଲାଇବ୍ରେରୀ, ବିଜ୍ଞାନାଗାର, କମ୍ପ୍ୟୁଟର ଲ୍ୟାବ୍, ସ୍ମାର୍ଟ କ୍ଲାସରୁମ୍ ସୁବିଧା ଆଦି ଉପଲବ୍ଧ କରାଇବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ‘ମୋ ସ୍କୁଲ’ ଅଭିଯାନରେ ଶ୍ରୀମତୀ ମିଶ୍ର ପିଲାଦିନେ ପଢ଼ିଥିବା ଏହି ହାଇସ୍କୁଲକୁ ‘ପୋଷ୍ୟ ସ୍କୁଲ’ ଭାବେ ଗ୍ରହଣ କରିଛନ୍ତି। ଏବେ କୋଭିଡ୍‌-୧୯ କଟକଣା ଥିବାରୁ ଶ୍ରୀମତୀ ମିଶ୍ର ଆଜି ଏହି ସ୍କୁଲର ବିଭିନ୍ନ ହିତ ଧାରକ ମାନଙ୍କ ସହ ଭିତ୍ତିଭୂମି ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ। ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଯୋଗ ଦେଇ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ସ୍କୁଲକୁ କିଭଳି ଉନ୍ନତମାନର କରାଯାଇପାରିବ ସେ ନେଇ ସ୍କୁଲର କିଛି ପୁରାତନ ଛାତ୍ରୀ, ବର୍ତ୍ତମାନର ଛାତ୍ରୀଙ୍କ ସମେତ ଶିକ୍ଷିୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟଙ୍କ ମତାମତ ଲୋଡ଼ିଥିଲେ। ରାଜ୍ୟ ସରକାର ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଏହି ସରକାରୀ ହାଇସ୍କୁଲକୁ ସାମିଲ କରାଯାଇଥିବା ତଥା ରାଜ୍ୟର ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ୧୫ପ୍ରତିଶତ ସଂରକ୍ଷଣ ପାଇଁ  ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଛାତ୍ରୀମାନେ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଥିଲେ।


ଶ୍ରୀମତୀ ମିଶ୍ର କହିଥିଲେ ଯେ, ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ। ଯାହା ସ୍କୁଲ ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାର ଏକ ଅଭିନବ ପ୍ରୟାସ। ନିଜେ ପଢ଼ିଥିବା ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁରୋଧରେ ‘ସ୍ମାର୍ଟ କ୍ଲାସରୁମ୍‌’ ନିର୍ମାଣ କରାଯାଇଛି। ସ୍କୁଲ ଖୋଲିଲେ ଏହା ଉଦଘାଟନ ହେବ। ଏହି ସ୍ମାର୍ଟ କ୍ଲାସରୁମରେ ୫୦ଜଣ ଛାତ୍ରୀ ଏକକାଳୀନ ବସିବାର ସୁବିଧା କରାଯାଇଛି। ସେହିପରି ସ୍କୁଲରେ ଶୈକ୍ଷିକ ପରିବେଶ ଓ ପିଲାମାନଙ୍କ ମଧ୍ୟରେ ପାଠପଢ଼ାରେ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି ସହ ଭଲ ପରୀକ୍ଷାଫଳ କରିବା ପାଇଁ ସ୍କୁଲ ପରିସରରେ ନିୟମିତ କୋଚିଂ କ୍ଲାସ୍ , ସୁପର-୩୦ କ୍ଲାସ ରୁମ୍ , ବିଭିନ୍ନ ପୁରସ୍କାର, ଫଟୋ ଡକ୍ୟୁମେଣ୍ଟେସନ୍ ସହ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ନିମନ୍ତେ ଶ୍ରୀମତୀ ମିଶ୍ର ପରାମର୍ଶ ଦେଇଛନ୍ତି। ଅନ୍ୟ ପୁରାତନ ଛାତ୍ରୀମାନେ ସ୍କୁଲ ସହ ଯୋଡ଼ି ହେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories