ଆରଡି: ମହାମାରୀ କରୋନା ଦ୍ବିତୀୟ ଲହରରେ ଏବେ ଦିନକୁଦିନ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରୀ ରହିଛି। ଏପରିକି ପ୍ରଥମେ ବରିଷ୍ଠ ନାଗରିକ ଓ ଏହାପରେ ୧୮ବର୍ଷରୁ ୪୪ବର୍ଷ ପର୍ଯ୍ୟନ୍ତ ସମସ୍ତ ନାଗରିକଙ୍କୁ କୋଭିଡ ଟିକା ଦେବା ପାଇଁ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଥମେ ବରିଷ୍ଠ ନାଗରୀକମାନେ ପ୍ରଥମ ପାନ ଟିକା ନେବା ପରେ ଦ୍ବିତୀୟ ପାନ ଟିକା ପାଇଁ ବାରମ୍ବାର ଡାକ୍ତରଖାନାକୁ ଆସୁଛନ୍ତି। କିନ୍ତୁ ଟିକା ଅଭାବରୁ ସେମାନେ ନିରାଶ ହୋଇ ଦ୍ବିତୀୟ ପାନ ଟିକା ନେଇନପାରି ଫେରିଯାଉଛନ୍ତି। ଭଦ୍ରକଜିଲା ଆରଡି ପୀଠରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରୁ। ଏପରିକି ପ୍ରଥମ ଟିକା ନେଇଥିବା ଲୋକଙ୍କ ଅଭିଯୋଗ ଅନୁଯାୟୀ ଟିକା ନେବାର ୨ମାସ ବିତିଯାଇଥିଲେ ମଧ୍ୟ ଦ୍ବିତୀୟ ପାନ ଟିକା ଏଯାଏଁ ମିଳିପାରିନାହିଁ।
ବିଶେଷକରି ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭଦ୍ରକ ଜିଲାର ୧୧ ପଞ୍ଚାୟତ ସହ ପଡୋଶୀ ଯାଜପୁର ଓ କେନ୍ଦ୍ରାପଡା ଜିଲାର ୪ଟି ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି। ସ୍ବାସ୍ଥ୍ୟକେନ୍ଦ୍ରର ରିପୋର୍ଟ ଅନୁଯାୟୀ ଗତ ମାର୍ଚ୍ଚ ୧୬ରୁ ଅପ୍ରେଲମାସ ୨୦ ସୁଧା ୩ହଜାର ୬ଶହ ୩୬ଜଣ ପ୍ରଥମ ଟିକା ନେଇଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ କାହାର ୨ମାସ ବିତିଲାଣି ତ ଆଉ କାହାର ଦେଢମାସ ହେଲାଣି । ଦ୍ବିତୀୟ ପାନ ଟିକା କେବେ ଆସିବ ଓ ତାହା କେତେ କାମ ଦେବ ଲୋକଙ୍କୁ ସନ୍ଦେହ ଘେରରେ ପକାଇଛି। ବିଶେଷକରି ବାହାରୁ ଫେରୁଥିବା ପ୍ରବାସୀ ଏବେ ଚିନ୍ତାର କାରଣ ପାଲଟିଛନ୍ତି। ଡାକ୍ତରଖାନାରେ ଆବଶ୍ୟକତା ଅନୁଯାୟୀ କିଟ ନଥିବାରୁ ଟେଷ୍ଟି ପାଇଁ ସକାଳୁ ସନ୍ଧ୍ୟା ଯାଏଁ ଭିଡ ଜମୁଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ତୁରନ୍ତ ଟିକା ଓ କିଟ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।



