ସୁଆଣ୍ଡୋ: ପୁରୀଜିଲା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ଟିକାକରଣ କରାଯାଇଥିଲା। ଉକ୍ତ କେନ୍ଦ୍ରରେ କୋଭିଡ ନିୟମକୁ କେହି ମାନି ନଥିଲେ । ସେଠାରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଅପରପକ୍ଷରେ ଟିକା ଅଭାବ ମଧ୍ୟ ଦେଖାଦେଇଥିଲା। ଫଳରେ ଟିକା ନେଇ ନ ପାରି ଅନେକ ଫେରି ଯାଇଥିଲେ। ସାକ୍ଷୀଗୋପାଳକୁ ଚାରିଶହ ପାନ ଟିକା ଆସିଥିଲା। ସେଥିରୁ ଅଳଗୁମ ଓ ଗବକୁଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଟିକା ପଠାଯିବା ପରେ ଅବଶିଷ୍ଟ ଏଠାରେ ବ୍ୟବହାର କରାଯାଇଥିଲା।ଟିକା ନେବାକୁ ଆସୁଥିବା ଲୋକମାନେ କୋଭିଡ ନିୟମ ଉଲଙ୍ଘନ କରିଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାର ଅଭାବ ଶୁଣିବା ପରେ ଅନେକ ଅଧବାଟରୁ ଫେରିଯାଇଥିଲେ । ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଧିକ ଟିକା ଯୋଗାଇବା ଓ କୋଭିଡ କଟକଣା ମଧ୍ୟରେ ଟିକାଦାନ କରିବାକୁ ଜନସାଧାରଣ ଦାବି କରିଛନ୍ତି ।
Popular Categories



