www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟରେ ୨୪ ଘଣ୍ଟାରେ ୧୭ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୧୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲାରୁ ଜଣେ ୪୧ ବର୍ଷ ବୟସ୍କ ପୁରୁଷ, ବଲାଙ୍ଗୀରରୁ ୬୦ ବର୍ଷ ପୁରୁଷ, ଭୁବନେଶ୍ୱରରୁ ୮୦ ବର୍ଷ ପୁରୁଷ ଏବଂ ଜଣେ ୪୫ ବର୍ଷ ବୟସ୍କା ମହିଳା, ଢେଙ୍କାନାଳ ଜିଲାର ୪୦ ବର୍ଷ ବୟସ୍କା ମହିଳା, ଖୋର୍ଦ୍ଧା ଜିଲାରୁ ୪୨ ବର୍ଷ ବୟସ୍କା ମହିଳା, କଳାହାଣ୍ଡି ଜିଲାରୁ ୪୨ ବର୍ଷ ବୟସ୍କା ମହିଳା ଓ ୪୭ ବର୍ଷ ପୁରୁଷ ଏବଂ ୩୫ ବର୍ଷ ବୟସ୍କ ଯୁବକ, ପୁରୀ ଜିଲାରୁ ୫୭ ବର୍ଷ ବୟସ୍କ ପୁରୁଷ ପ୍ରାଣ ହରାଇଛନ୍ତି। ସେହିଭଳି ପୁରୀ ଜିଲାରୁ ଜଣେ ୫୫ ବର୍ଷ ବୟସ୍କ ପୁରୁଷ, ରାୟଗଡାରୁ ୪୮ ବର୍ଷୀୟା ମହିଳା ଓ ୫୫ ବର୍ଷର ପୁରୁଷ ଏବଂ ୬୨ ବର୍ଷ ବୟସ୍କ ପୁରୁଷ, ସୁନ୍ଦରଗଡ ଜିଲାରୁ ୬୩ ବର୍ଷ ବୟସ୍କ ପୁରୁଷ ଏବଂ ୫୬ ବର୍ଷ ବୟସ୍କା ମହିଳା କରୋନାରେ ପ୍ରାଣ ହରାଇଛନ୍ତି। ଉକ୍ତ ଜିଲାରୁ ଜଣେ ୪୮ ବର୍ଷ ବୟସ୍କ ପୁରୁଷ ମଧ୍ୟ କରୋନା ସଂକ୍ରମିତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨୧୯୭କୁ ବୃଦ୍ଧିପାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories