www.samajalive.in
Tuesday, December 9, 2025
19.1 C
Bhubaneswar

କଟକରେ ଟିକାକରଣ କାର୍ଯ୍ୟକ୍ରମ : ଜବାହାରଲାଲ ନେହେରୁ ଇନଡ଼ୋର ଷ୍ଟାଡ଼ିୟମ୍‌ ହେଲା ଟିକାକରଣ କେନ୍ଦ୍ର

କଟକ : କଟକ କଟକ ମହାନଗର ନିଗମ ଅଞ୍ଚଳରେ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । କଟକ ଜିଲ୍ଲାର ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲାର ସମସ୍ତ ନାଗରିକମାନଙ୍କ ପାଇଁ କୋଭିସିଲ୍ଡର ଦ୍ୱିତୀୟ ଡ଼ୋଜ୍ ଟିକାକରଣ କାର୍ଯ୍ୟ ଜାରୀ ରହିଛି। ଟୀକାକରଣ ପ୍ରକିୟାକୁ ଆହୁରି ତୀବ୍ର କରିବା ପାଇଁ କଟକ ଜବାହାରଲାଲ ନେହେରୁ ଇନଡ଼ୋର ଷ୍ଟାଡ଼ିୟମ୍‌କୁ କୋଭିଡ଼୍‌-୧୯ ଟିକାକରଣ କେନ୍ଦ୍ର ଭାବରେ ଘୋଷଣା କରାଯାଇଛି । ଟିକାକରଣ କେନ୍ଦ୍ରରେ ଅଧିକ ଭିଡ଼ ନକରିବାକୁ ଏବଂ ସମସ୍ତ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଅନୁରୋଧ କରାଯାଇଛି ।

ଜିଲ୍ଲାର ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସକାଳ ୮ଟାରୁ ଦିନ ୧୨ଟା ଏବଂ ଦିନ ୩ଟାରୁ ସନ୍ଧ୍ୟା ୬ଟା ଯାଏ ଟିକାଦାନ ଜାରି ରହିବ। ସେହିପରି ଜବାହାରଲାଲ ନେହେରୁ ଇନଡ଼ୋର ଷ୍ଟାଡ଼ିୟମ୍‌ରେ ସୋମବାର (ଆସନ୍ତାକାଲି)ସକାଳ ୯ଟା ଠାରୁ ଟିକାଦାନ ଜାରି ରହିବ।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories