www.samajalive.in
Wednesday, December 10, 2025
15.1 C
Bhubaneswar

ସେଵା କରିବା ପାଇଁ ଡାକ୍ତର ହେବା ଜରୁରୀ ନୁହେଁ ବରଂ ଇଛାଶକ୍ତିର ଆବଶ୍ୟକତା ରହିଛି:କୁଳପତି

ଭୁବନେଶ୍ୱର – ଭାରତୀୟ ରେଡ କ୍ରସ ସୋସାଇଟି ଓଡିଶା ଶାଖା ଓ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଯୁବ ରେଡ କ୍ରସ ୟୁନିଟର ମିଳିତ ଆନୁକୂଲ୍ୟରେ ବିଶ୍ୱ ରେଡ କ୍ରସ ଦିବସ ଏକ ଭରଚୁଆଲ ମୋଡ଼ରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଯୋଗ ଦେଇ ସେଵା କରିବା ପାଇଁ ଡାକ୍ତର ହେବା ଜରୁରୀ ନୁହେଁ ବରଂ ଇଛାଶକ୍ତିର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ରକ୍ତଦାନ ଭଳି ଏକ ପବିତ୍ର ଓ ପୂଣ୍ୟ କର୍ମରେ ସାମିଲ ହୋଇ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ।

ୱେବିନାରର ଉଦଘାଟକ ଭାବରେ ଯୁବ ରେଡ କ୍ରସ ଓଡିଶା ଶାଖାର ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଯୋଗଦେଇ ଜୀବନ କାଳ ମଧ୍ୟରେ କେଉଁ ଏକ ମୁହୂର୍ତ୍ତ ଯେ ଇତିହାସ ସୃଷ୍ଟି କରିପାରେ ତାହା ସେ ଗାନ୍ଧିଜୀ, ଗୌତମ ବୁଦ୍ଧ, ସମ୍ରାଟ ଅଶୋକ ଏବଂ ହେନେରୀ ଡୁନାଣ୍ଟଙ୍କ ଉଦାହରଣ ମାଧ୍ୟମରେ ସମସ୍ତଙ୍କୁ ଉତ୍ସହିତ କରିଥିଲେ।

- Advertisement -

ସମ୍ମାନନୀୟା ଅତିଥି ଭାବରେ ବିଶ୍ୱ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରିକା ଡ. ସରିତା ସୁପକାର ରେଡ଼କ୍ରସ ଦିବସ ପାଳନର ମହତ୍ତ୍ଵାକାଂକ୍ଷା ସମ୍ବନ୍ଧରେ ଆଲୋକପାତ କରି ସ୍ବେଛାସେବୀମାନଙ୍କର ନିସ୍ଵାର୍ଥପର ତ୍ୟାଗ ଓ ଆଦର୍ଶ ସମ୍ବନ୍ଧରେ ବର୍ଣନା କରିଥିଲେ।

 

 

ମୁଖ୍ୟବକ୍ତା ଭାବରେ ଯୁବ ରେଡ କ୍ରସର ରାଜ୍ୟ ସଂଯୋଜକ ଡ. ଗୋପାଳ କୃଷ୍ଣ ମିଶ୍ର ଯୋଗ ଦେଇ ସେବା କୌଣସି ଚାକିରୀ କିମ୍ବା ବୟସର ସୀମା ଭିତରେ ଆବଦ୍ଧ ନହୋଇ ନିଜର ମାନସିକତା, ପ୍ରେରଣା ଓ ଦୃଢ଼ ଇଛାଶକ୍ତି ଉପରେ ନିହିତ ବୋଲି ଉଲ୍ଲେଖ କରିବା ସହିତ ସାମ୍ପ୍ରତିକ କରୋନା ମହାମାରୀର ଦ୍ୱିତୀୟ ଲହରରେ ସ୍ବେଛାସେବୀ ମାନଙ୍କର ଭୂମିକା ସମ୍ବନ୍ଧରେ ପରାମର୍ଶ ଦେଇଥିଲେ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପରାମର୍ଶଦାତା, ସଂଗୀତ ବିଭାଗର ମୁଖ୍ୟ ତଥା ଜିଲ୍ଲା ସଂଯୋଜକ ଭୁବନେଶ୍ୱରର ଡ଼କ୍ଟର ସୁଶୀଲ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଏବଂ କିଟ ବିଶ୍ବବିଦ୍ୟାଳୟର ପରାମର୍ଶଦାତା ଡ. ତନ୍ମୟ ଚୌଧୁରୀଙ୍କ ଯାନ୍ତ୍ରିକ ସହଯୋଗରେ ଆୟୋଜିତ ୱେବିନାରରେ ଭୁବନେଶ୍ୱର ରିଜିଅନସ୍ଥିତ ସମସ୍ତ ମହାବିଦ୍ୟାଳୟରୁ ପ୍ରାୟ ଏକ ଶହରୁ ଉର୍ଦ୍ଧ କାଉନସେଲର ଓ ସ୍ବେଛାସେବୀମାନେ ଯୋଗ ଦେଇ ଥିଲେ।  ପରିଶେଷରେ ଚନ୍ଦକା ମହାବିଦ୍ୟାଳୟ ଯୁବ ରେଡ ତ୍କସର ପରାମର୍ଶଦାତା ସୁରେଶ ମହାନ୍ତି ଧନ୍ୟବାଦ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories