www.samajalive.in
Wednesday, December 10, 2025
15.1 C
Bhubaneswar

ପାକିସ୍ତାନ ପ୍ରଶାସନିକ ସେବାରେ ପ୍ରଥମ ହିନ୍ଦୁ ମହିଳା ସାନା

ଇସଲାମାବାଦ: ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ପାକିସ୍ତାନ ପ୍ରଶାସନିକ ସେବା (ପିଏଏସ) ପାଇଁ ଉଦ୍ଦିଷ୍ଟ ସେଣ୍ଟ୍ରାଲ ସୁପରିଅର ସର୍ଭିସେସ (ସିଏସଏସ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଇତିହାସ ସୃଷ୍ଟି କରିଥିବା ଏହି ମହିଳା ହେଉଛନ୍ତି ସାନା ରାମଚନ୍ଦ। ତାଙ୍କ ଘର ପାକିସ୍ତାନର ହିନ୍ଦୁ ଅଧ୍ୟୁସିତ ସିନ୍ଧୁ ପ୍ରଦେଶର ଅନ୍ତର୍ଗତ ଶିକରପୁର ଅଞ୍ଚଳରେ ଓ ସେ ଜଣେ ଡାକ୍ତର। ପାକିସ୍ତାନର ଫେଡେରାଲ ପବ୍ଲିକ ସର୍ଭିସ କମିସନ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ମୋଟ ୧୮,୫୫୩ ପ୍ରାର୍ଥୀ ଥିଲାବେଳେ ସେମାନଙ୍କ ମଧ୍ୟରୁ ୨୨୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷା ଫଳ ଘୋଷଣା ପରେ ସାନା ଟ୍ୱିଟ୍‍ କରିଛନ୍ତି ଯେ ‘ୱାହେଗୁରୁ ଜୀ କା ଖାଲସା ୱାହେଗୁରୁ ଜୀ କା ଫତେହ’।

ସର୍ବଶକ୍ତିମାନ ଆଲ୍ଲାଙ୍କ ଆଶୀର୍ବାଦରୁ ତାଙ୍କୁ ଏହି ସଫଳତା ମିଳିଛି। ସେ ତାଙ୍କ ପିତାମାତାଙ୍କୁ ନିଜ ସଫଳତାର ଶ୍ରେୟ ଦେଇଛନ୍ତି। ସାନା ସିନ୍ଧୁ ପ୍ରଦେଶର ଚାନ୍ଦକା ଭେଷଜ ମହାବିଦ୍ୟାଳୟରୁ ଡାକ୍ତରୀ ସ୍ନାତକ ଶିକ୍ଷା ପରେ କରାଚୀସ୍ଥିତ ସିଭିଲ ହସପିଟାଲରେ ତାଲିମ ନେଇଥିଲେ। ସମ୍ପ୍ରତି ସେ ସିନ୍ଧ୍‌ ଇନଷ୍ଟିଚ୍ୟୁଟ ଅଫ ୟୁରୋଲୋଜି ଆଣ୍ଡ ଟ୍ରାନ୍ସପରେଣ୍ଟରେ ଏଫସିପିଏସ କରୁଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories