ପିପିଲି: କରୋନା ଟିକା ଅଭାବ ଯୋଗୁଁ ପିପିଲି ବ୍ଲକରେ ଗତ କିଛିଦିନ ଧରି ଟିକାକରଣ ବନ୍ଦ ରହିଥିବା ବେଳେ ଆସନ୍ତା ୧୦ ତାରିଖ ସୋମବାର ଦିନ ପିପିଲି ବ୍ଲକରେ ଦ୍ୱିତୀୟମାତ୍ରା କରୋନା ପ୍ରତିଷେଧକ ଟିକାକରଣ କରାଯିବ। ଏଥିପାଇଁ ଆଜି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ଶହ କୋଭିସିଲ୍ଡ ଟିକା ପହଞ୍ଚିଥିବା ସଂପର୍କରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ତଥା ବିପିଏଚ୍ଓ ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି। ପିପିଲି ବ୍ଲକ ପାଇଁ ୮ଶହ କୋଭିସିଲ୍ଡ ଟିକା ଆସିବାକୁ ଥିଲା। କିନ୍ତୁ ଅଜି ୪ଶହ ଟିକା ଆସିଛି। ତେଣୁ ୪ଟି ଟିକା ଶିବିର ବଦଳରେ ୨ଟି ଶିବିର କରାଯିବ। କେବଳ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଦ୍ୱିତୀୟମାତ୍ରା ଟିକା ଦିଆଯିବ ବୋଲି ଡାକ୍ତର ପଣ୍ଡା ସୂଚନା ଦେଉଛନ୍ତି। ପିପିଲି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମ୍ମୁଖ ଯୋଦ୍ଧା ସାମ୍ବାଦିକଙ୍କୁ ପ୍ରଥମମାତ୍ରା ଟିକା ଓ ଅନ୍ୟମାନଙ୍କୁ ଦ୍ୱିତୀୟମାତ୍ରା ଟିକା ଦିଆଯିବ। ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାରେ ପଞ୍ଜୀକୃତ ହୋଇଥିବା ପିପିଲି ବ୍ଲକର ସାମ୍ବାଦିକଙ୍କ ପାଇଁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ଟିକା ଶିବିରରେ ସୋମବାର କରୋନା ପ୍ରତିଷେଧକ ପ୍ରଥମମାତ୍ରା ଟିକା ଦିଆଯିବ ବୋଲି ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି।
Popular Categories



