www.samajalive.in
Tuesday, December 9, 2025
15.1 C
Bhubaneswar

ଆବଶ୍ୟକ ନଥିଲେ ଅଭିଯୁକ୍ତଙ୍କୁ ଗିରଫ କରନାହିଁ- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର କାରାଗାରଗୁଡିକରେ ଭିଡ କମାଇବାକୁ ଶନିବାର ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମାନ୍ୟବର ସର୍ବୋଚ୍ଚ ଅଦାଲତ ରାୟଦେଇ କହିଛନ୍ତି ଯେ ଜଣେ ଯଦି ଅତିକମରେ ସାତବର୍ଷରୁ କମ୍‍ ଜେଲ ଦଣ୍ଡରେ ଦଣ୍ଡିତ ହୋଇନାହାନ୍ତି ତେବେ ଆବଶ୍ୟକ ନଥିଲେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରିବା ଉଚିତ। ଏଥିସହିତ କାରଗାର ଅନ୍ତେବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇଦେବାକୁ ସର୍ବୋଚ୍ଚ ଅଦାଲତ କାରଗାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେର୍ଶ ଦେଇଛନ୍ତି।
ସ୍ୱାସ୍ଥ୍ୟଗତ ବିପଦ ରହିଥିବା ବନ୍ଦୀମାନଙ୍କୁ ତୁରନ୍ତ ଚିହ୍ନଟ କରି ଜରୁରୀକାଳୀନ ଭିତ୍ତିରେ ସେମାନଙ୍କୁ ମୁକ୍ତ କରିବା ଦିଗରେ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରି ଆବଶ୍ୟକ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏଥିସହିତ ଗତବର୍ଷ ଯେଉଁ ବନ୍ଦୀମାନଙ୍କୁ ପାରୋଲ ଅନୁମୋଦନ କରାଯାଇଥିଲା, ଚଳିତ ମହାମାରୀକୁ ଦୃଷ୍ଟିରେ ରଖି ସେମାନଙ୍କ ପାରୋଲ ଅବଧି ଆଉ ୯୦ ଦିନ ବୃଦ୍ଧି କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ମାର୍ଚ୍ଚ ୨୩ ତାରିଖରେ ସୁପ୍ରିମକୋର୍ଟ ଜେଲରେ ଥିବା ବନ୍ଦୀମାନଙ୍କ ମଧ୍ୟରୁ ପାରୋଲରେ କାହାକୁ ଛଡାଯାଇପାରିବ ସେଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ଶନିବାର ତାଙ୍କ ଆଦେଶରେ କହିଥିଲେ ଯେ ଭାରତ ସମେତ ଅନେକ ରାଷ୍ଟ୍ରରେ କାରାଗାରଗୁଡିକରେ ଅଧିକ ସଂଖ୍ୟାରେ ବନ୍ଦୀ ରହିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। କାରାଗାର ମଧ୍ୟରେ ଥିବା ବନ୍ଦୀ ଏବଂ କାରାଗାର କର୍ମଚାରୀମାନଙ୍କର ନିୟମିତ ନମୁନା ପରୀକ୍ଷା କରାଯିବା ସହିତ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ। ସେଥିପାଇଁ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସର୍ବୋଚ୍ଚ ଅଦାଲତ କାରାଗାରଗୁଡିକର କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories