www.samajalive.in
Sunday, December 7, 2025
23.1 C
Bhubaneswar

ଟିକାକରଣ ଅଭିଯାନ : ୧୦୯ ଦିନରେ ୧୬ କୋଟିରୁ ଅଧିକ ଲୋକଙ୍କୁ ଟିକା

ନୂଆଦିଲ୍ଲୀ :  ଟିକାକରଣ କ୍ଷେତ୍ରରେ ଭାରତ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଦେଶରେ ବୁଧବାର ସକାଳ ସୁଦ୍ଧା ୧୬ କୋଟି ୪ ଲକ୍ଷ ୯୪ ହଜାର ୧୮୮ ଜଣଙ୍କୁ ଟିକା ଦିଆଯାଇଛି। ୧୦୯ ଦିନରେ ଭାରତ ୧୬ କୋଟିରୁ ଅଧିକ ଲୋକଙ୍କୁ ଟିକାଦାନ କରି ପୃଥିବୀର ଦ୍ରୁତତମ ଟିକା ପ୍ରଦାନକାରୀ ରାଷ୍ଟ୍ରର ମନ୍ୟତା ସହିତ ଶୀର୍ଷ ସ୍ଥାନରେ ରହିଛି। ଅନ୍ୟ ପକ୍ଷରେ ଆମେରିକା ୧୬ କୋଟି ଟିକା କରଣ ପାଇଁ ୧୧୧ ଦିନ ଓ ଚୀନ ୧୧୬ ଦିନ ସମୟ ନେଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଲକ୍ଷ ୮୪ ହଜାର ୯୮୯ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି।
ସେହିଭଳି ରାଜ୍ୟରେ ଆଜି ସକାଳ ସୁଦ୍ଧା ୫୯ ଲକ୍ଷ ୪୪ ହଜାର ୬୨୦ ହିତାଧିକାରୀ କରୋନା ଟିକା ନେଇଛନ୍ତି। ସେଥିମଧ୍ୟରୁ ୪୯ ଲକ୍ଷ ୬୭ ହଜାର ୭୪୬ ଜଣ ପ୍ରଥମ ଡୋଜ୍‍ ନେଇଥିବାବେଳେ ୯ ଲକ୍ଷ ୭୬ ହଜାର ୮୭୪ ଜଣ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories