ନୂଆଦିଲ୍ଲୀ : ଦେଶରେ ଟିକାର କୌଣସି ଅଭାବ ନାହିଁ। ଦେଶ ବ୍ୟାପୀ ଟିକାରକରଣ ଅଭିଯାନ ସୁରୁଖୁରୁରେ ଆଗେଇ ଚାଲିଛି। ଆସନ୍ତା ୩ ଦିନ ଭିତରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୩୬ ଲକ୍ଷରୁ ଅଧିକ ଡୋଜ୍ କୋବିଡ ପ୍ରତିଷେଧକ ଟିକା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।
ଅନ୍ୟପକ୍ଷରେ ସରକାର ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୧୭ କୋଟି ୨ ଲକ୍ଷ କୋବିଡ ପ୍ରତିଷେଧକ ମାଗଣାରେ ଦେଇସାରିଲେଣି। ତାହା ମଧ୍ୟରୁ ପ୍ରାୟ ୧୬କୋଟି ୮ ଲକ୍ଷ ଡୋଜ୍ ପ୍ରତିଷେଧକ ଲୋକମାନଙ୍କୁ ଦିଆଯାଇ ସାରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖରେ ୯୪ଲକ୍ଷ ୪୭ ହଜାରରୁ ଅଧିକ ଡୋଜ୍ କୋବିଡ
ପ୍ରତିଷେଧକ ମହଜୁଦ ଅଛି।



