www.samajalive.in
Sunday, December 7, 2025
14.1 C
Bhubaneswar

କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସ୍ଥାୟୀ ଭାବେ ଅଚଳ, ସଚଳ କରିବାକୁ ତେଜୁଛି ଦାବି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ସୃଷ୍ଟି ହୋଇଥିବା ରାଜନୈତିକ ହିଂସା ସହ ଜଡିତ ବିବାଦୀୟ ଟୁଇଟ୍ ପରେ ବହୁଳ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଟ୍ୱିଟର କଙ୍ଗନା ରାନାୱତଙ୍କ ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ରଖିଛି। ଟ୍ୱିଟର ଏ ସମ୍ପର୍କରେ ସଫେଇ ଦେଇ କହିଛି, କଙ୍ଗନାଙ୍କ ମନ୍ତବ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଅସମ୍ମାନ ମନେ ହେଉଛି ଏବଂ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମନେ ହେଉଛି ଯାହା ଟ୍ୱିଟର ଦ୍ୱାରା ପ୍ରଣୀତ ନିୟମ ବିରୁଦ୍ଧ ତେଣୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

- Advertisement -

କଙ୍ଗନା ତାଙ୍କ ଟ୍ୱିଟରରେ ଲେଖିଥିଲେ, ‘This is horrible… we need super gundai to kill gundai… she is like an unleashed monster, to tame her Modi ji please show your Virat roop from early 2000’s… PresidentRuleInBengal.’ ସେ ଲେଖିଥିଲେ, ଏହା ଅତି ଭୟଙ୍କର…ଗୁଣ୍ଡାଗିରି ଦମନ ପାଇଁ ସୁପର ଗୁଣ୍ଡାଗିରି ଆବଶ୍ୟକ, ତାଙ୍କୁ (ମମତା ବାନାର୍ଜୀଙ୍କୁ) ଦମନ କରିବା ପାଇଁ ମୋଦିଜୀ ତୁମ ବିରାଟ ରୂପ ଦେଖାଅ।

ପୂର୍ବରୁ ମଧ୍ୟ ଅନେକ ଥର ବିବାଦୀୟ ମନ୍ତବ୍ୟ ନେଇ ଟ୍ୱିଟର କଙ୍ଗନାଙ୍କ ଆକାଉଣ୍ଟକୁ ସାମୟିକ ଭାବେ ସ୍ଥଗିତ ରଖିଥିଲା। ଅନ୍ୟ ପକ୍ଷରେ, କଙ୍ଗନା ଟ୍ୱିଟରର ଏଭଳି ପଦକ୍ଷେପ ନେଇ କହିଛନ୍ତି ଯେ ମୋର ଅନେକ ପ୍ଲାଟଫର୍ମ ଅଛି ଯେଉଁଥିରେ ମୁଁ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବି। ଏକ ଭିଡିଓ ବାର୍ତାରେ କଙ୍ଗନା କହିଛନ୍ତି, ସେ ସବୁ ସମୟରେ ଅନ୍ୟାୟର ବିରୋଧ କରିଆସିଛନ୍ତି ଓ ଆଗକୁ ମଧ୍ୟ ଏହା ଜାରି ରଖିବେ।

ଅନ୍ୟପକ୍ଷରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସଚଳ କରିବାକୁ ତାଙ୍କ ପ୍ରଶଂସକ ଓ କିଛି ରାଜନୈତିକ ବ୍ୟକ୍ତିବିଶେଷ ସାମାଜିକ ଗଣମାଧ୍ୟମରେ ଦାବି କରିଛନ୍ତି। ସେମାନେ ଟ୍ୱିଟରର ନିଷ୍ପତ୍ତିକୁ ଏକପାଖିଆ କହିବା ସହ ଗଣତନ୍ତ୍ରରେ ସମସ୍ତଙ୍କର ବିରୋଧ କରିବାର ଅଧିକାର ରହିଥିବା କହିଛନ୍ତି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories