www.samajalive.in
Monday, December 8, 2025
14.1 C
Bhubaneswar

ଦ୍ବିତୀୟ ପର୍ଯ୍ୟାୟ ବହୁତଳ କୋଠା ନିର୍ମାଣ ବିଳମ୍ବିତ, ପୁରୁଣା କୋଠାରେ ଚାଲିଛି ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ସଚିବାଳୟ ଏବଂ ଭୁବନେଶ୍ବରର ଅନ୍ୟାନ୍ୟ ସ୍ଥାନରେ ଥିବା ବିଭିନ୍ନ ବିଭାଗର କାର୍ଯ୍ୟାଳୟ ପାଇଁ ତିନିଟି ପର୍ଯ୍ୟାୟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ତିନିଟି ବହୁତଳ କୋଠା ନିର୍ମାଣ ଯୋଜନା ହାତକୁ ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟର ବହୁତଳ କୋଠା କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଉ ଦୁଇଟି କୋଠାର ନିର୍ମାଣକୁ ନେଇ ଅହେତୁକ ବିଳମ୍ବ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟର ବହୁତଳ କୋଠା ପାଇଁ ନିର୍ଦ୍ଧାରିତ ସ୍ଥାନରେ ଥିବା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ପରି ଆଉ କେତେକ କାର୍ଯ୍ୟାଳୟ ସେମାନଙ୍କ ପାଇଁ ଚିହ୍ନଟ ସ୍ଥାନକୁ ସ୍ଥାନାନ୍ତର ନହେବା ଫଳରେ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଦ୍ବିତୀୟ ପର୍ଯ୍ୟାୟ କୋଠା ପାଇଁ ସରକାର ସେଠାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଅନ୍ୟତ୍ର ଦିଆଯାଇଥିବା ସ୍ଥାନକୁ ଯିବା ପାଇଁ ବାରମ୍ବାର ପତ୍ର ଲେଖି ଚାଲିଛନ୍ତି। ଅଥଚ ଅଧିକାଂଶ ବିଭାଗ ନୂତନ ସ୍ଥାନକୁ ନଯିବା ଫଳରେ କାର୍ଯ୍ୟ ଆଗେଇ ପାରୁନଥିବା ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

- Advertisement -

ପ୍ରଥମ ପର୍ଯ୍ୟାୟରେ ନିର୍ମିତ ଖାରବେଳ ଭବନ କାର୍ଯ୍ୟକ୍ଷମ ହେବାର ବର୍ଷେ ସାତମାସ ହେଲାଣି। ଖାରବେଳ ଭବନ ନିର୍ମିତ ହୋଇଥିବା ସ୍ଥାନରେ ଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକ ଧାର୍ଯ୍ୟ ସମୟସୀମା ମଧ୍ୟରେ ସ୍ଥାନାନ୍ତର ନହେବା ଫଳରେ ଏହାର କାର୍ଯ୍ୟ ନିର୍ଦ୍ଧାରିତ ସମୟଠାରୁ ବହୁ ବିଳମ୍ବରେ ଆରମ୍ଭ ହୋଇ ୨୦୧୯ ଅଗଷ୍ଟ ମାସରେ ସରିଥିଲା। ଏବେ ସେଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କାମ କରିବ। ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ସମେତ ତାଙ୍କ କାର୍ଯ୍ୟାଳୟର ଅଧିକାରୀ ସେଠାରେ ବସିବେ। ଏକ ସମ୍ମିଳନୀ କକ୍ଷ ରହିବ। ଏଥିପାଇଁ ଗୋଟିଏ ତାଲାର ୮୯୫୦ ବର୍ଗ ଫୁଟ ଅଞ୍ଚଳରେ ନବୀକରଣ କାମ ଚାଲିଛି।
ଦ୍ବିତୀୟ ପର୍ଯ୍ୟାୟରେ ଖାରବେଳ ଭବନ ନିକଟରେ ନିର୍ମିତ ହେବାକୁ ଥିବା ଆଉ ଗୋଟିଏ ୧୦ ତାଲା କୋଠାର କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନାହିଁ। ତୃତୀୟ ବହୁତଳ କୋଠାର ନିର୍ମାଣ କାର୍ଯ୍ୟ କେବେ ହେବ ତାକୁ ନେଇ ଆଶଙ୍କା ଲାଗି ରହିଛି। ଦ୍ବିତୀୟ ପର୍ଯ୍ୟାୟର ନୂତନ ବହୁତଳ କୋଠା ପାଇଁ ଯେଉଁ କେତେକ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଛି ସେ ସ୍ଥାନରେ ପୁରୁଣା କୋଠା ଭଙ୍ଗାଯାଇ କେବଳ ମାଟି ଖୋଳାଯାଇଛି। ପାଖରେ ଥିବା କାର୍ଯ୍ୟାଳୟ ସ୍ଥାନାନ୍ତର ହେଉନଥିବା କାରଣରୁ କାମ ଆଗେଇ ପାରୁନି। ବିଳମ୍ବ ଯୋଗୁଁ ବ୍ୟୟଭାର ବଢ଼ିବା ସମ୍ଭାବନା ସୃଷ୍ଟି ହେଲାଣି। ଖାରବେଳ ଭବନ ନିର୍ମାଣ ପାଇଁ ୧୨୪ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ କୋଠା ପାଇଁ ବ୍ୟୟ ଭାର ୧୫୦ କୋଟି ଟଙ୍କା ଟପିବା ବିଭାଗୀୟ ଅଧିକାରୀମାନେ ଆକଳନ କରିଛନ୍ତି।

 

ଦ୍ବିତୀୟ ପର୍ଯ୍ୟାୟ କୋଠା ନିର୍ମାଣ ସ୍ଥାନରେ ଥିବା ଅତିରିକ୍ତ ଜିଲାପାଳ, ଜଳସମ୍ପଦ ବିଭାଗ ସମେତ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ସରକାରୀ ନିର୍ଦେଶନାମାକୁ କ୍ରମାଗତ ଭାବେ ଅବହେଳା କରି ଚାଲିବା ନୂତନ ନିର୍ମାଣ ପାଇଁ ବ୍ୟୟ ଭାର ବୃଦ୍ଧିର ଅନ୍ୟତମ କାରଣ ବୋଲି ନିର୍ମାଣ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗର ଜନୈକ ଅଧିକାରୀ କହିଛନ୍ତି। ସରକାରୀ ନିର୍ଦେଶନାମା ମାନୁ ନଥିବା ସମ୍ପୃକ୍ତ କାର୍ଯ୍ୟାଳୟର ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରୁନଥିବା ସେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories