www.samajalive.in
Tuesday, December 9, 2025
16.1 C
Bhubaneswar

ଭୁବନେଶ୍ୱର ମହାନଗର ଅଞ୍ଚଳରେ କରୋନା ଟିକା ଅଭାବ ନାହିଁ, କୋ-ୱିନ୍‌ ପୋର୍ଟାଲ୍‌ରେ ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ୱର: ଭୁବନେଶ୍ୱରର କରୋନା ସ୍ଥିତି ନେଇ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ୧୮ରୁ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ବିଏମ୍‌ସି କମିଶନରଙ୍କ ସୂଚନା। ସୋମବାରଠାରୁ ବିଏମ୍‌ସିର ୧୮ବର୍ଷରୁ ଊର୍ଦ୍ଧ୍ବଙ୍କୁ ଟିକାକରଣ ଆରମ୍ଭ ହେବ। ଟିକାକରଣ ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ ହେବ। ୧୮ରୁ୪୪ ବର୍ଷ ବର୍ଗର ପ୍ରତ୍ୟେକ ବ୍ୟକ୍ତି ଟିକାକରଣ ପାଇଁ କୋ-ୱିନ୍‌ ପୋର୍ଟାଲ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ। ଟିକାକରଣ କେନ୍ଦ୍ରକୁ ନ ଆସି କୋ-ୱିନ୍‌ ପୋର୍ଟାଲ୍‌ରେ ପଞ୍ଜୀକରଣ କରିବାକୁ ହେବ। ବିନା ପଞ୍ଜୀକରଣରେ ଟିକା ଦିଆଯିବ ନାହିଁ। ତେବେ ଭୁବନେଶ୍ୱର ମହାନଗର ଅଞ୍ଚଳରେ କରୋନା ଟିକା ଅଭାବ ନାହିଁ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର କମିଶନର ପ୍ରକାଶ କରିଛନ୍ତି।

- Advertisement -

ବିଏମ୍‌ସି କମିଶନର କହିଛନ୍ତି ଯେ ଗତ ଦୁଇ ତିନି ଦିନ ହେଲା ଭୁବନେଶ୍ୱରରୁ ଏକ ହଜାର ପାଖାପାଖି ମାମଲା ଆସୁଛି। ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୭୫୮୮ ଆକ୍ଟିଭ କେସ ରହିଛି, ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଏମସିରେ ଶଯ୍ୟାର ଅଭାବ ନାହିଁ। ଏବେ ଆମ ପାଖରେ ୩୫୫୩ ବିଭିନ୍ନ ବିଭାଗର ଶଯ୍ୟା ରହିଛି। ଏବେ ୫୩୧ ଆଇସିୟୁ, ୮୩୬ ଏଚଡିୟୁ ଓ ୨୧୮୬ ସାଧାରଣ ଶଯ୍ୟା ଉପଲବ୍ଧ ହେଉଛି। ବିଏମ୍‌ସି ଅଞ୍ଚଳରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ପ୍ରତିଶତ ଘରେ ରହି ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଏମ୍‌ସିରେ ବେଡ୍‌ର ଅଭାବ ନାହିଁ। ଆଇସିୟୁ ଶଯ୍ୟାରେ ୯୫ ପ୍ରତିଶତରେ ରୋଗୀଙ୍କ ଚିକିତ୍ସା ଚାଲିଛି। ସାଧାରଣ ଶଯ୍ୟା ୫୦ ପ୍ରତିଶତ ଖାଲି ପଡ଼ିଛି। ପ୍ରତି ୱାର୍ଡର ଆର୍‌ଆର୍‌ଟି ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କୁ ନଜର ରଖିଛନ୍ତି।


ଲକ୍ଷଣ ଥିବା ଲୋକ ପରୀକ୍ଷା ନ କରାଇ ବିଏମ୍‌ସି ହେଲ୍‌ପ ଲାଇନ୍‌ ନମ୍ବରକୁ ବାରମ୍ବାର ଫୋନ୍‌ କରୁଛନ୍ତି। ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରିବାକୁ ଭୁବନେଶ୍ବରବାସୀଙ୍କୁ ବିଏମ୍‌ସି କମିଶନରଙ୍କ ପରାମର୍ଶ ଦେଇଛନ୍ତି। ରାଜଧାନୀରେ ୧୧ଟି ଘରୋଇ ଲାବୋରାଟୋରିରେ ପରୀକ୍ଷା ସୁବିଧା ରହିଛି। ୨୪ଟି ସିଏଚ୍‌ସି/ପିଏଚ୍‌ସିରେ ମଧ୍ୟ କୋଭିଡ୍‌ ଟେଷ୍ଟ କରାଯାଉଛି। ଭୁବନେଶ୍ବରରେ ସଂକ୍ରମଣ ରୋକିବା ପାଇଁ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖାଯିବ ସହିତ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories