www.samajalive.in
Tuesday, December 9, 2025
17.1 C
Bhubaneswar

ନୀଲ ଆମଷ୍ଟ୍ରଙ୍ଗଙ୍କୁ ଚନ୍ଦ୍ରପୃଷ୍ଠରେ ପହଞ୍ଚାଇଥିବା ଆପୋଲୋ-୧୧ର ପାଇଲଟ୍‌ ମାଇକେଲ କଲିନ୍ସଙ୍କ ପରଲୋକ

ୱାଶିଂଟନ: ଆପୋଲୋ-୧୧ ଅଭିଯାନକୁ ଚନ୍ଦ୍ରପୃଷ୍ଠରେ ସଫଳତାପୂର୍ବକ ଅବତରଣ କରିଥିବା ଆମେରିକୀୟ ମହାକାଶଚାରୀ ମାଇକେଲ କଲିନ୍ସଙ୍କର ପରଲୋକ ଘଟିଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଗତ ବୁଧବାର ସେ ଶେଷନିଃଶ୍ଵାସ ତ୍ୟାଗ କରିଛନ୍ତି। ମାଇକେଲ ଆପୋଲୋ-୧୧ର ପାଇଲଟ୍‌ ଥିଲେ। ସେ ଏହି ଯାନକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା ପରେ ହିଁ ନୀଲ ଆମଷ୍ଟ୍ରଙ୍ଗ ଚନ୍ଦ୍ରପୃଷ୍ଠରେ ପ୍ରଥମେ ପାଦ ରଖିଥିଲେ ଏବଂ ତାଙ୍କ ପରେ ବଜ୍‌ ଏଲ୍‌ଡ୍ରିନ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲେ।

ସୂଚନାଯୋ୍ୟ, ମାଇକେଲ କଲିନ୍ସଙ୍କ ଏକମାତ୍ର ଉଦ୍ଦେଶ୍ୟ ଥିଲା ଯେ ସେ ସଫଳତାର ସହିତ ଆପୋଲୋ-୧୧କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବେ ଏବଂ ଏହା ପରେ ନୀଲ ଓ ବଜ୍‌ଙ୍କୁ ନେଇ ପୁଣି ଥରେ ପୃଥିବୀ ପୃଷ୍ଠକୁ ଫେରିବେ। ଆପୋଲୋ-୧୧ରୁ ବାହାରି ଚନ୍ଦ୍ରପୃଷ୍ଠକୁ ଯେଉଁ ମଡ୍ୟୁଲରେ ନୀଲ ଆମଷ୍ଟ୍ରଙ୍ଗ ଏବଂ ବଜ୍‌ ଏଲଡ୍ରିନ ଯାଇଥିଲେ ତାହାର ନାମ ‘ଦ ଇଗଲ’ ଥିଲା।

- Advertisement -

ତେବେ ଏହି ୩ ଜଣଙ୍କ ପାଇଁ ଆପୋଲୋ-୧୧ ଅଭିଯାନ ସହଜ ନ ଥିଲା। କାରଣ ଯାତ୍ରା ଆରମ୍ଭ ହେଉ ହେଉ ପୃଥିବୀ ସହିତ ଆପୋଲେ-୧୧ର ରେଡିଓ ସମ୍ପର୍କ ଚ୍ଛିନ୍ନ ହୋଇଯଇଥିଲା। ଏହା ପରେ କମ୍ପ୍ୟୁଟରରେ ତ୍ରୁଟି ଦେଖାଦେଇଥିଲା ଏବଂ ମଡ୍ୟୁଲ ‘ଦ ଇଗଲ’ରେ ଇନ୍ଧନ କମିଯାଇଥିଲା। ଏହି ଅଭିଯାନକୁ ସଫଳ କରିବା ଲାଗି ୪୦ ହଜାରରୁ ଅଧିକ ଲୋକ ପରିଶ୍ରମ ଓ ସମୟ ଦେଇଥିଲେ।

ମାଇକେଲ କଲିନ୍ସଙ୍କ ଦେହାନ୍ତ ପରେ ନାସାର କାର୍ଯ୍ୟକାରୀ ପ୍ରଶାସକ ଷ୍ଟିଭ ଜୁରସିକ୍‌ କହିଛନ୍ତି, ଆଦି  ଦୁନିଆ ଜଣେ ସଚ୍ଚା ମହାକାଶ ଯାତ୍ରୀଙ୍କୁ ହରାଇଲା। ନୀଲ ଆମଷ୍ଟ୍ରଙ୍ଗ ଏବଂ ବଜ୍‌ ଯେତେବେଳେ ଚନ୍ଦ୍ରପୃଷ୍ଠରେ ଚାଲୁଥିଲେ, ସେତେବେଳେ କଲିନ୍ସ ଆପୋଲୋ-୧୧ ଯାନ ସହିତ ଚନ୍ଦ୍ର ଚାରିପଟେ ଚକ୍କର କାଟୁଥିଲେ। ଷ୍ଟିଭ କହିଛନ୍ତି ଯେ, ମାଇକେଲ କଲିନ୍ସଙ୍କ ଯୋଗୁ ହିଁ ନୀଲ ଏବଂ ବଜ୍‌ ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ଫେରିଥିଲେ।

କଲିନ୍ସଙ୍କ ନାତି କହିଛନ୍ତି ଯେ, ତାଙ୍କ ଜେ​‌ଜେ ସାହସିକତାର ସହିତ କର୍କଟ ବିରୋଧରେ ଲଢ଼େଇ କରିଥିଲେ, କିନ୍ତୁ ଶେଷରେ ହାରିଗଲେ। ଅନ୍ୟପଟେ ନୀଲ ଆମଷ୍ଟ୍ରଙ୍ଗ କଲିନ୍ସଙ୍କୁ ନେଇ ସର୍ବଦା କହୁଥିଲେ ଯେ, ମାଇକେଲ ଚନ୍ଦ୍ର ଚାରିପଟେ ଚକ୍କର କାଟି ଆମର ଖୁବ୍‌ ମନୋରଞ୍ଜନ କରିଥିଲେ। ନୀଲ କହୁଥିଲେ, ଆମର ସୁରକ୍ଷା ଏବଂ ସମସ୍ୟାର ମୁକାବିଲା ପାଇଁ ମାଇକେଲଙ୍କ ନିକଟରେ ୧୧୭ ପୃଷ୍ଠାର ଏକ ଡାଏରୀ ରହିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories