www.samajalive.in
Tuesday, December 9, 2025
26.1 C
Bhubaneswar

ବିଶ୍ବ ଦୌଡ଼କୁଦ ରିଲେ : ଭାରତୀୟ ଦଳ ଓହରିଲା

ନୂଆଦିଲ୍ଲୀ : ପୋଲାଣ୍ଡର ସିଲସିଆରେ ଆସନ୍ତା ମେ’ ୧ ଓ ୨ରେ ଅଲିମ୍ପିକ୍‌ସ ଯୋଗ୍ୟତାପର୍ୟ୍ୟାୟ ବିଶ୍ବ ରିଲେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବାରୁ ଭାରତୀୟ ​ ପୁରୁଷ ଓ ମହିଳା ରିଲେ ଦଳ ବଞ୍ଚିତ ହୋଇଛନ୍ତି। କରୋନା ମହାମାରୀ ପାଇଁ ପୋଲାଣ୍ଡ ଯିବାକୁ ବିମାନ ଉପଲବ୍ଧ ନହେବାରୁ ଭାରତୀୟ ଖେଳାଳି ପ୍ରତିଯୋଗିତାରେ ଭାଗନେବାରୁ ବଞ୍ଚିତ ହୋଇଛନ୍ତି। ଭାରତୀୟ ମହିଳା ରିଲେ ଦଳ ୧୦୦/୪୦୦ ମିଟର ଏବଂ ପୁରୁଷ ଦଳ ୪୦୦/୧୦୦ ମିଟରରେ ଯୋଗ୍ୟତା ହାସଲ କରିଛନ୍ତି। ଭାରତୀୟ ଦଳ ଗୁରୁବାର ସନ୍ଧ୍ୟାରେ ନେଦରଲାଣ୍ଡ୍‌ସର ଆମଷ୍ଟରଡ୍ୟାମ୍‌ରେ ପହଞ୍ଚିବାର ଥିଲା। ଆମଷ୍ଟରଡ୍ୟାମ୍‌ରୁ ପୋଲାଣ୍ଡର ସିଲସିଆକୁ ସେମାନେ ଯାଇଥାଆନ୍ତେ। ନେଦରଲାଣ୍ଡ୍‌ସ ସରକାର ସୋମବାରଠାରୁ ଭାରତରୁ ବିମାନ ଚଳାଚଳକୁ ବାତିଲ କରି ଦେଇଛନ୍ତି। ଭାରତରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଥିବାରୁ ନେଦରଲାଣ୍ଡ୍‌ସ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଭାରତରୁ ପୋଲାଣ୍ଡକୁ ସିଧାସଳଖ ବିମାନ ସେବା ନଥିବାରୁ ଭାରତୀୟ ଖେଳାଳି ସେଠାକୁ ଯିବା ସମ୍ଭବ ନୁହେଁ। ଭାରତୀୟ ଦୌଡ଼କୁଦ ମହାସଂଘର ସଭାପତି ଆଦିଲ ସୁମାରିୱାଲା କହିଛନ୍ତି, ବିମାନ ପାଇଁ ଭାରତୀୟ ଦଳ ବିଶ୍ବ ଦୌଡ଼କୁଦ ରିଲେରେ ଅଂଶଗ୍ରହଣ କରିନପାରିବା ଦୁଃଖଦାୟକ। ବିକଳ୍ପ ଭାବେ ଖେଳାଳିଙ୍କୁ ପୋଲାଣ୍ଡରେ ପହଞ୍ଚାଇବା ନେଇ ୨୪ ଘଣ୍ଟା ଧରି ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛୁ। ଏହି ପ୍ରତିଯୋଗିତା ଲାଗି ଶ୍ରେଷ୍ଠ ଦଳ ମନୋନୟନ କରାଯାଇଥିଲା। ଉଭୟ ପୁରୁଷ ଓ ମହିଳା ବିଭାଗରେ ରିଲେ ଦଳ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ ନେଇ ଯଥେଷ୍ଟ ସମ୍ଭାବନା ରହିଥିଲା। ଭାରତୀୟ ମହିଳା ଦଳରେ ଅଲିମ୍ପିଆନ ଦୂତି ଚାନ୍ଦଙ୍କ ସମେତ ଏସ୍‌. ଧନଲକ୍ଷ୍ମୀ, ଅର୍ଚ୍ଚନା ସୁଶୀନ୍ତ୍ରାନ୍‌, ହିମାଶ୍ରୀ ରାୟ, ହିମା ଦାସ ଓ ଏ.ଟି. ଧନେଶ୍ବରୀ ସାମିଲ ଥିଲେ।

ପୋଲାଣ୍ଡ ଗସ୍ତ ବାତିଲ ଦୁଃଖଦାୟକ : ଦୂତି
ଟୋକିଓ ଅଲିମ୍ପିକ୍‌ସ ଆଉ ୩ ମାସରୁ କମ୍‌ ସମୟ ରହିଛି। ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ ପାଇଁ ବିଦେଶରେ ଅନେକ ପ୍ରତିଯୋଗିତା ଆୟୋଜିତ ହେଉଥିଲେ ମଧ୍ୟ କରୋନା ଏଥିରେ ପ୍ରତିବନ୍ଧକ ସୃଷ୍ଟିକରିଛି। ପୋଲାଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ରିଲେ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରି ମଧ୍ୟ ଅଂଶଗ୍ରହଣ କରିନପାରିବା ଦୁଃଖଦାୟକ ବୋଲି ଅଲିମ୍ପିଆନ ଧାବିକା ଦୂତି ଚାନ୍ଦ କହିଛନ୍ତି। ବିଶ୍ବ ଦୌଡ଼କୁଦ ୧୦୦/୪୦୦ମିଟର ରିଲେ ଲାଗି ହିମା ଦାସ, ଅର୍ଚ୍ଚନା ସୁଶୀନ୍ତ୍ରାନ୍‌ ଓ ଏସ୍‌. ଧନଲକ୍ଷ୍ମୀଙ୍କ ସମେତ ପଟିଆଲାରେ ପ୍ରସ୍ତୁତି ଚଳାଇଥିଲୁ। ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିବା ପାଇଁ ଆମ ନିକଟରେ ବହୁତ ବଡ଼ ସୁଯୋଗ ଥିଲା। କରୋନା ପାଇଁ ନେଦରଲାଣ୍ଡ୍‌ସ ସରକାର ଭାରତ ବିମାନ ସେବାକୁ ବାତିଲ କରିବା ପରେ ପୋଲାଣ୍ଡ ଗସ୍ତ କରିବା ସମ୍ଭବପର ନୁହେଁ। ଏଭଳି ଘଟଣା ମାନସିକ ସ୍ଥିତିକୁ ଶକ୍ତ ଆଘାତ ବୋଲି ଦୂତି କହିଛନ୍ତି। ଜୁନ୍‌ରେ ଜାତୀୟ ସିନିୟର ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରୁ ଅଲିମ୍ପିକ୍‌ସ ଯୋଗ୍ୟତା ନେଇ ଆଶାରଖିଛି ବୋଲି ଦୂତି କହିଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories