www.samajalive.in
Sunday, December 7, 2025
26.1 C
Bhubaneswar

ମନ୍ମଥ-ମନୋଜଙ୍କ ବାସଭବନ ହେବ ଇତିହାସ ଓ ସାହିତ୍ୟର ମିଳନସ୍ଥଳୀ

ଚନ୍ଦନେଶ୍ୱର : ପଦ୍ମଭୂଷଣ ମନୋଜ ଦାସଙ୍କ ଅବର୍ତମାନରେ ସମଗ୍ର ଦେଶ ଅତ୍ୟନ୍ତ ମ୍ରିୟମାଣ। ଏଥିପାଇଁ ବିଭିନ୍ନ ମହଲରୁ ଭାବପୂର୍ଣ୍ଣ ଶୋକବାର୍ତ୍ତାର ସୁଅ ଛୁଟୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ବୁଧବାର ସନ୍ଧ୍ୟାରେ ଭୋଗରାଇ ବିଧାୟକ ଅନନ୍ତ ଦାସ ଓ ବାଲେଶ୍ୱର ଡିଆରଡିଏର ପ୍ରକଳ୍ପ ଅଧିକାରୀ ରବୀନ୍ଦ୍ର ସାହୁ ତାଙ୍କ ବାସ ଭବନରେ ପହଞ୍ଚି ଥିଲେ। ଶଙ୍ଖାରିସ୍ଥିତ ତାଙ୍କ ପୈତୃକ ବାସ ଭବନ ଇତିହାସ ଓ ସାହିତ୍ୟର ମିଳନସ୍ଥଳୀ ପାଲଟିବ ବୋଲି ବିଧାୟକ ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ। ବଡ଼ଭାଇ ମନ୍ମଥନାଥ ଦାସ ଓ ସାନଭାଇ ମନୋଜ ଦାସଙ୍କ ସ୍ମୃତି ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ତାଙ୍କ ବାସଭବନର କଳେବରକୁ ପରିବର୍ତ୍ତନ କରି କେବଳ ମରାମତି କରି ଏହା ନିର୍ମାଣ ହେବ। ସ୍ୱର୍ଗତ ଦାସଙ୍କ ପୁତ୍ର ବଧୂ ଡା. ରଞ୍ଜିତା ଦାସ ସହମତି ପ୍ରକାଶ କରିବା କଥା ବିଧାୟକ କହିଛନ୍ତି। ଏପରି ହେଲେ ଦେଶ ବିଦେଶରୁ ବହୁ ଗବେଷକ ଏଠାକୁ ଆସି ଉଭୟ ଭାଇଙ୍କ ରଚିତ ପୁସ୍ତକ ସମ୍ପର୍କରେ ସବିଶେଷ ଜ୍ଞାନ ଆହରଣ କରିପାରିବେ। ଏହାର ତଦାରଖ ଓ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଅପରାହ୍ଣରେ ତାଙ୍କ ବାସଭବନରେ ମନ୍ମଥ-ମନୋଜ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ଏକ ପାଠଚକ୍ର ଆୟୋଜିତ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ଫାଉଣ୍ଡେସନର ସଦସ୍ୟମାନେ ମଧ୍ୟ ଏହି ପ୍ରସ୍ତାବକୁ ସ୍ୱାଗତ କରିଥିଲେ। ଏହାଛଡ଼ା ସେଠାରେ ଏକ ଗ୍ରନ୍ଥାଗାର ମଧ୍ୟ ହେବା ସହିତ ମନୋଜ ଦାସଙ୍କୁ ନୋବେଲ ପୁରସ୍କାର ପାଇଁ ପ୍ରସ୍ତାବ ରଖାଯିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଭୋଗରାଇ ବିଡିଓ ସତ୍ୟଜିତ ରାଉତ, ହୁଗୁଳି ସରପଞ୍ଚ ତପନ କୁମାର ପଣ୍ଡା, ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ହେମନ୍ତ ବେହେରା, ଉପାଧ୍ୟକ୍ଷ ଦୀପକ କୁମାର ଦାସ ପ୍ରମୁଖ ସାମିଲ ଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories