www.samajalive.in
Sunday, December 7, 2025
26.1 C
Bhubaneswar

ବିପଦକୁ ବେଖାତିର; ପରିବା ବଜାରରେ ଅସମ୍ଭାଳ ଭିଡ଼

ରେଙ୍ଗାଲି କ୍ୟାମ୍ପ: କରୋନାକୁ ନେଇ ଚାରିଆଡ଼େ ଆତଙ୍କ। କିନ୍ତୁ ଲୋକେ ଏହି ବିପଦକୁ ଖାତିର କରୁନାହାନ୍ତି। କରୋନାର ୨ୟ ତରଙ୍ଗ ହୁ ହୁ ହୋଇ ବଢ଼ି ଚାଲିଥିଲେ ହେଁ ଅଧିକାଂଶ ଲୋକେ କୋଭିଡ ନିମୟ ଯଥା ସାମାଜିକ ଦୂରତା କିମ୍ବା ମାସ୍କ ପରିଧାନ କରୁନାହାନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ରେଙ୍ଗାଲି କ୍ୟାମ୍ପ ଛକ ପରିବା ବଜାରରେ।

ରେଙ୍ଗାଲି କ୍ୟାମ୍ପ ଛକକୁ ପରିବା ଚାଷୀମାନେ ସେମାନଙ୍କ ପରିବା ବିକ୍ରି କରିବା ପାଇଁ ପ୍ରତିଦିନ ଆସୁଛନ୍ତି। ପରିବା ଆଉ କିଣିବା ପାଇଁ ଲୋକଙ୍କ ଭିଡ଼ ବି ବହୁତ ଜମୁଛି। କିନ୍ତୁ କାହା ମୁହଁରେ ମାସ୍କ  ଅଛି ତ କାହା ମୁହଁରେ ନାହିଁ। ଆଉ ସାମାଜିକ ଦୂରତା କଥା ସମସ୍ତେ ଭୁଲି ଯାଉଛନ୍ତି। ତାହା ପୁଣି ଜାତୀୟ ରାଜପଥ କଡ଼ରେ। କିନ୍ତୁ ଏଥିପ୍ରତି ପ୍ରଶାସନର ନଜର ପଡ଼ୁନାହିଁ। ପ୍ରତିଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିଲେ ହେଁ ତାହାର ପ୍ରତିକାର ଦିଗରେ ପୁଲିସ କି ପ୍ରଶାସନ କେହି ପଦକ୍ଷେପ ନେଉ ନାହାନ୍ତି। ପରିବା ବଜାରରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories