www.samajalive.in
Sunday, December 7, 2025
26.1 C
Bhubaneswar

ବଜାର ଭିତରୁ ବୋଲେରୋ ପିକ୍‌ଅପ୍‌ ଚୋରି, ସିସିଟିଭିରେ କଏଦ ଚୋରିର ଦୃଶ୍ୟ

କଳାପଥର(ବ୍ୟାଙ୍କୀ): ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର ମୁଖ୍ୟ ବଜାର ଭିତରୁ ବୋଲେରୋ ପିକ୍‌ଅପ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, କଳାପଥର ଗ୍ରାମର ବିଶିଷ୍ଟ ବ୍ୟବସାୟୀ ପ୍ରଦୀପ୍ତ କୁମାର ସାହୁ ଓରଫ ବାପି ବାବୁଙ୍କର ବୋଲେରୋ ପିକ୍‍ଅପ୍‌ ନମ୍ବର -ଓଡି ୦୨ ଇ ୮୬୩୯ ଟି ସୋମବାର ମୁଖ୍ୟ ବଜାର ଭିତରେ ଥିବା କାନାରା ବ୍ୟାଙ୍କ ସମ୍ମୁଖରେ ରଖାଯାଇଥିବା ସମୟରେ କେହି ଦୁର୍ବୃତ୍ତ ତାକୁ ଚୋରାଇ ନେଇଛି। ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ବୈଦ୍ୟେଶ୍ୱର ପୁଲିସ। ତେବେ ଏପର୍ଯ୍ୟନ୍ତ ଚୋରୀ ବୋଲେରୋର ଟେର ପାଇ ପାରିନାହିଁ ପୁଲିସ।

- Advertisement -

ଅନ୍ୟ ପକ୍ଷରେ କଳାପଥର ମୁଖ୍ୟ ରାସ୍ତା ପାର୍ଶ୍ବରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ ବୋଲେରୋ ଗାଡି ନେଇ ଯାଉଥିବାର ଦୃଶ୍ୟ କଏଦ ହୋଇଛି। କଳାପଥର ମୁଖ୍ୟ ବଜାର ଭିତରେ ଥିବା କାନାରା ବ୍ୟାଙ୍କ ସାମ୍ନା ସେହି ସ୍ଥାନଟି ବେଶ ପ୍ରଶସ୍ତ ହୋଇଥିବାରୁ ରାତ୍ରିରେ ବହୁ ମାଲବାହି ଏବଂ ଛୋଟ ଯାତ୍ରିବାହୀ ଗାଡି ସେଠାରେ ପାର୍କିଂ କରିଥାନ୍ତି। ଏପରିକି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଧ୍ୟ ସେହି ରାସ୍ତା ଦେଇ ଲୋକ ଓ ପନିପରିବା ବୋହୁଥିବା ଗାଡିର ଚାଳକମାନେ ଚଳପ୍ରଚଳ ହୋଇଥାନ୍ତି। ତେବେ ବ୍ୟାଙ୍କ ସମ୍ମୁଖରୁ ଏପରି ବୋଲେରୋ ଗାଡି ଚୋରୀ ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଘଟଣା ପଛରେ ସ୍ଥାନୀୟ ଲୋକ କିମ୍ବା ଚାଳକ ସମ୍ପୃକ୍ତ ଥିବା କଥା ଆଲୋଚନା ହେଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories