www.samajalive.in
Sunday, December 7, 2025
26.1 C
Bhubaneswar

ବିପଦ ସଙ୍କୁଳ ଅବସ୍ଥାରେ ରାଜସ୍ୱ ବିଭାଗର କୋଠା, ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ବଲାଙ୍ଗିର:ବଲାଙ୍ଗିର ସହରର ପାଟଣାଗଡ ରାସ୍ତାର ଲାଲଟିକ୍ରାରେ ଥିବା ପୂର୍ବତନ ସୈନିକ ସଂଘର ପଛପଟେ ନାହିଁ ନଥିବା ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏହାକୁ ନେଇ ପୂର୍ବତନ ସୈନିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବଲାଙ୍ଗିର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
ସୂଚନା ଅନୁସାରେ ପୂର୍ବତନ ସୈନିକ ସଂଘର ପଛପଟେ ରାଜସ୍ୱ ବିଭାଗ ଅଧୀନରେ ଏକ ପୁରୁଣା କୋଠା ରହିଛି। ଯାହା ବର୍ତ୍ତମାନ ଅସୁରକ୍ଷିତ ଅବସ୍ଥାରେ ଥିବା ବେଳେ କେତେବେଳେ ଭୁଷୁଡି ପଡିବ କେହି କିଛି କହିପାରିବେ ନାହିଁ। ଏଭଳି ବିପଦ ଶଙ୍କୁଳ ଅବସ୍ଥାରେ ଥିବା କୋଠାରେ ବର, ପିପଲ ଗଛ ଉଠିଗଲାଣି। ବିଶେଷ କରି ଦୀର୍ଘ ଦିନ ହେଲା ଏହା ନିଛାଟିଆ ଥିବାରୁ ମଦୁଆଙ୍କ ଆଡ୍ଡାସ୍ଥଳୀ ହୋଇଛି। ସେଠାରେ ଅସାମାଜିକଙ୍କ ଭିଡ ଜମୁଛି। ଏହା ଆଖପାଖ ଲୋକଙ୍କ ଖୋଲା ଶୌଚାଳୟ ପାଲଟିଛି। ଏହା ବ୍ୟବହାର ଉପଯୋଗୀ ହୋଇ ନଥିବା ବେଳେ ଏକ ପ୍ରକାର ଅସାମାଜିକ ଲୋକଙ୍କୁ କବଜାକୁ ଯାଇଥିବା ଗୁରୁତର ଅଭିଯୋଗ କରିଛି ବଲାଙ୍ଗିରର ପୂର୍ବତନ ସୈନିକ ସଂଘ।

 

- Advertisement -

ସଂଘ ସୂଚନା ଦେଇ କହିଛି ଯେ ଏଠାରେ ଏକ ପଲି କ୍ଲିନିକ ତଥା ଏକ କ୍ୟାଣ୍ଟିନ ନିର୍ମାଣ ପାଇଁ ଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲା। ପୂର୍ବତନ ଜିଲାପାଳ ଅରିନ୍ଦମ ଡାକୁଆ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ଚିଠି ଲେଖି ଅବଗତ କରିଥିଲେ। ପୂର୍ବତନ ସୈନିକ ସଂଘକୁ ଏହି ଜାଗା ଦେବା ସହ ପୂର୍ବତନ ସୈନିକମାନଙ୍କ ପାଇଁ ଏହା ବିଶେଷ ଉପଯୋଗୀ ହେବ ବୋଲି ଅନୁରୋଧ କହିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ରାଜସ୍ୱ କମିଶନରଙ୍କ ଠାରୁ ସେଭଳି କିଛି ନିର୍ଦ୍ଦେଶ ଆସି ନଥିବା ବେଳେ ସୈନିକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।
ବଲାଙ୍ଗିର ଜିଲାର ପୂର୍ବତନ ସୈନିକ ସଦସ୍ୟଙ୍କ ସଂଖ୍ୟା ୨୦୯ ଥିବା ବେଳେ ସେଠାରେ ଚିକିତ୍ସା ସୁବିଧା, କ୍ୟାଣ୍ଟିନ ସୁବିଧା କରାଯିବାକୁ ଦାବି ହୋଇଛି। ଗ୍ରାମାଞ୍ଚଳରୁ ଯେଉଁ ପୂର୍ବତନ ସୈନିକ ପରିବାର, ସହିଦ ପରିବାର ମୁଖ୍ୟ ଡାକ୍ତରଖାନାକୁ ଆସୁଛନ୍ତି; ଏଠି ବିଶ୍ରାମ ମଧ୍ୟ ନେଇପାରିବେ ବୋଲି ସଂଘ କହିଛି। ଏହି ସ୍ଥାନଟି ପୂର୍ବତନ ସୈନିକଙ୍କୁ ହସ୍ତାନ୍ତର କରାଗଲେ ବୃହତ୍ ସ୍ୱାର୍ଥ ସାଧନ ହେବ ବୋଲି ସଚେତନ ମହଲରେ ଦାବି ହେଉଛି। ଏ ନେଇ ପୁଣି ଥରେ ଜିଲାପାଳ ଚଞ୍ଚଳ ରାଣାଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିବା ପୂର୍ବତନ ସୈନିକ ସଂଘର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ସୂଚନା ଦେଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories