www.samajalive.in
Sunday, December 7, 2025
14.1 C
Bhubaneswar

କରୋନାର ୨ୟ ତରଙ୍ଗ ପାଇଁ ନିର୍ବାଚନ ଆୟୋଗ ଦାୟୀ: ହାଇକୋର୍ଟ

କରୋନା ଭୂତାଣୁର ୨ୟ ତରଙ୍ଗ ସଂକ୍ରମଣ ବୃଦ୍ଧି ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ। କାରଣ କରୋନା ସଙ୍କଟ ଆରମ୍ଭ ହୋଇଥିବା ସତ୍ବେ ନିର୍ବାଚନ ଆୟୋଗ ନିର୍ବାଚନୀ ରାଲିକୁ ବନ୍ଦ କରି ନ ଥିଲେ। ଯେଉଁଥିପାଇଁ ନିର୍ବାଚନ ଥିବା ରାଜ୍ୟରେ ଦ୍ରୁତଗତିରେ ସଂକ୍ରମଣ ବ୍ୟାପିଯାଇଥିଲା। ଆୟୋଗର ଅଧିକାରୀମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେଲେ ବି କୌଣସି ଭୁଲ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

୨ୟ ତରଙ୍ଗ ଯୋଗୁ ଦେଶବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଭିନ୍ନ ରାଜ୍ୟରେ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଲାଣି। ଏଭଳି ସ୍ଥିତିରେ ଏହି ପ୍ରସଙ୍ଗକୁ ନେଇ ସୋମବାର ମାଡ୍ରାସ ହାଇକୋର୍ଟରେ ଶୁଣାଣି ହୋଇଥିଲା। ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ବାନାର୍ଜୀ ଶୁଣାଣି ସମୟରେ ୨ୟ ତରଙ୍ଗ ପାଇଁ ଇସିଆଇ ଦାୟୀ ବୋଲି କହିଥିଲେ। ଏପରି କି ନିର୍ବାଚନ ଆୟୋଗର ଅଧିକାରୀମାନଙ୍କ ବିରୋଧରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ ହେଲେ ବି କିଛି ଭୁଲ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

- Advertisement -

ତେବେ ଶୁଣାଣି ସମୟରେ ନିର୍ବାଚନ ଆୟୋଗ ପକ୍ଷରୁ ଜବାବ ଦିଆଯାଇଥିଲା ଯେ, ରାଲି ସମୟରେ ଏବଂ ଭୋଟଗ୍ରହଣ ଦିନ କୋଭିଡ ନିର୍ଦେଶାବଳୀ ପାଳନ କରାଯାଇଥିଲା। ମାତ୍ର ଏଥିରେ ଅଦାଲତ ସନ୍ତୁଷ୍ଟ ହୋଇ ନ ଥିଲା। ଅଦାଲଦ ପ୍ରଶ୍ନ କରିଥିଲେ ଯେ, ଯେତେ​ବେଳେ ପ୍ରଚାର ଚାଲିଥିଲା, ସେତେବେଳେ କ’ଣ ନିର୍ବାଚନ ଆୟୋଗ ଅନ୍ୟ ଗ୍ରହରେ ଥିଲେ?

ଏହାବ୍ୟତୀତ ଅଦାଲତ ଆୟୋଗଙ୍କୁ କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି। ଯଦି ମେ ୨ ସୁଦ୍ଧା କୋଭିଡ ସମ୍ପର୍କିତ ଗାଇଡଲାଇନ ପାଳନ ନ ହୁଏ ଏବଂ ଏହାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ନ ହୁଏ, ତେବେ କୋର୍ଟ ଭୋଟଗଣତି ଉପରେ ରୋକ ଲଗାଇବେ ବୋଲି ଚେତାଇ ଦେଇଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories