www.samajalive.in
Monday, December 8, 2025
16.1 C
Bhubaneswar

ଆଇପିଏଲ-୨୦୨୧ : ଆଜି କଲକାତା ଓ ପଞ୍ଜାବ ମଧ୍ୟରେ ମୁକାବିଲା

ଅହମ୍ମଦାବାଦ୍‌ : ଇଓନ ମୋର୍ଗାନଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ଚଳିତ ଆଇପିଏଲର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌କୁ ପରାସ୍ତକରି ବିଜେତାଙ୍କ ଭଳି ଆରମ୍ଭ କରିଥିଲା। ପରବର୍ତ୍ତୀ ୪ଟି ମ୍ୟାଚରେ କ୍ରମାଗତ ପରାଜୟ ବରଣ କରିଥିବା କଲକାତା ନାଇଟ୍‌ ରାଇଡର୍ସ ସୋମବାର ଅହମ୍ମଦାବାଦ୍‌ରେ ପଞ୍ଜାବ କିଙ୍ଗ୍‌ସ ସହିତ ୬ଷ୍ଠ ଲିଗ୍‌ ମ୍ୟାଚ ଖେଳିବ। କ୍ରମାଗତ ପରାଜୟ ପରେ ଦଳ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ରଖିଥିବା ବେଳେ ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ପଞ୍ଜାବ କିଙ୍ଗ୍‌ସ ବିଜୟଧାରା ବଜାୟ ରଖିବାକୁ ଉଦ୍ୟମ କରିବ।
ମୋର୍ଗାନଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ କାଗଜରେ ବେଶ ଶକ୍ତିଶାଳୀ ମନେହେଉଛି। ଦଳ ଏକାଠି ହୋଇ ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହୋଇଛି। କଲକାତା ୫ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୪ଟି ପରାଜୟ ସହ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି। ପ୍ରଥମ ମ୍ୟାଚରେ ଦଳ ସନରାଇଜର୍ସ ହାଇଦାରାବାଦ୍‌କୁ ପରାସ୍ତ କରିଥିଲା। ପରବର୍ତ୍ତୀ ମ୍ୟାଚରେ ଦଳ ମୁମ୍ବଇ ଇଣ୍ଡିଆନ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଚେନ୍ନଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍‌ସ ନିକଟରୁ ପରାଜିତ ହୋଇଛି। ନୀତୀଶ ରାଣାଙ୍କୁ ବାଦ୍‌ଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ସେଭଳି ପ୍ରଦର୍ଶନ କରିବା​‌େ​‌ର ସକ୍ଷମ ହୋଇନାହାନ୍ତି। ଶୁବମାନ ଗିଲ୍‌ ୫ଟି ମ୍ୟାଚରୁ ୮୦, ମୋର୍ଗାନ ୪୫, ସାକିବ୍‌ ଉଲ୍‌ ହାସନ ୩ଟି ମ୍ୟାଚରୁ ୩୮, ଦିନେଶ କାର୍ତ୍ତିକ ୫ଟି ମ୍ୟାଚରୁ ୯୭, ପ୍ୟାଟ୍‌ କମିନ୍‌ସ ୪ଟି ମ୍ୟାଚରୁ ୫ଟି ୱିକେଟ ନେଇଛନ୍ତି। ଦଳ ସମସ୍ତ ବିଭାଗରେ ବିଫଳ ହୋଇଛି। ପଞ୍ଜାବ ବିପକ୍ଷ ମ୍ୟାଚରେ ଦଳର ଦ୍ରୁତ ବୋଲର ଲୋକି ଫର୍ଗୁସନ ଖେଳିବାର ସମ୍ଭାବନା ରହିଛି। ପଞ୍ଜାବ ବିପକ୍ଷ ମ୍ୟାଚରେ କଲକାତା ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରଖିଛି। ଅନ୍ୟପକ୍ଷରେ କ୍ରମାଗତ ୩ଟି ପରାଜୟ ପରେ ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷରେ ୯ ୱିକେଟରେ ଜିତି ବିଜୟଧାରାକୁ ଫେରିଛି ପଞ୍ଜାବ। ଦଳ ୫ଟି ମ୍ୟାଚରୁ ୨ଟି ବିଜୟ ଓ ୩ଟି ପରାଜୟ ସହ ୪ ପଏଣ୍ଟ ପାଇଛି। ଅଧିନାୟକ ଲୋକେଶ ରାହୁଲ ଚମତ୍କାର ଫର୍ମରେ ଥିବା ବେଳେ ୨୨୧ ରନ କରିଛନ୍ତି। ମୟଙ୍କ ଅଗ୍ରୱାଲ, ଦୀପକ ହୁଡା, ନିକୋଲାସ ପୁରନ୍‌, କ୍ରିସ ଗେଲ୍‌, ଶାହାରୁଖ ଖାଁ ପ୍ରମୁଖ ରନ୍ କରୁଛନ୍ତି। ମହମ୍ମଦ ସାମି ଓ ରବି ବିଷ୍ଣୋୟୀ ଶେଷ ମ୍ୟାଚରେ ଚମତ୍କାର ବୋଲିଂ କରିଥିଲେ। କେକେଆର୍ ବିପକ୍ଷ ମ୍ୟାଚରେ ବିଜୟ ଧାରାକୁ ବଜାୟ ରଖିବା ନେଇ ପଞ୍ଜାବ ଆଶାବାଦୀ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories