www.samajalive.in
Monday, December 8, 2025
14.1 C
Bhubaneswar

ବିଶ୍ୱ ମ୍ୟାଲେରିଆ ଦିବସରେ ଜନ ସଚେତନତା

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ କଟକିଆସାହି ପଞ୍ଚାୟତ କାର୍ଯ୍ୟାଳୟ ଏବଂ କନ୍ଦରପୁରସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶକ୍ରମେ ମେଘା ସେକ୍ଟରର ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି ଦୁଇଟି ସ୍ଥାନରେ ଆୟୋଜିତ ସଚେତନତା ସଭାକୁ ସଂଯୋଜନା କରି ଚଳିତବର୍ଷର ବିଶ୍ୱ ମ୍ୟାଲେରିଆ ଦିବସର ବାର୍ତ୍ତା “ଶୂନ୍ୟ ମ୍ୟାଲେରିଆ ଲକ୍ଷ୍ୟ ହାସଲ”ର ତାତ୍ପର୍ଯ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ୨୦୩୦ସୁଦ୍ଧା ଦେଶ ତଥା ଆମ ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବା ଲାଗି ସଂକଳ୍ପ ଓ ପ୍ରୟାସ ଜାରି ରହିଛି। ମ୍ୟାଲେରିଆ ରୋଗର ଲକ୍ଷଣ, କାରଣ, ନିରାକରଣ ଓ ଚିକିତ୍ସା ସଂପର୍କରେ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଜ୍ୱର ହେବା, ମନକୁ ମନ ଜ୍ୱରକୁ ଉପଷମ ହୋଇ ଝାଳ ବୋହିବା, ମୁଣ୍ଡ ଭିଷଣ ବ୍ୟଥା ହେବା, ବାନ୍ତି ହେବା ଓ କାଶ ସର୍ଦ୍ଦି ଲାଗି ରହିଲେ ହେଳା ନକରି ତୁରନ୍ତ ଆଶା ଦିଦିଙ୍କ ମାଧ୍ୟମରେ ଅଥବା ନିକଟସ୍ଥ ଡାକ୍ତରଖାନାରେ ରକ୍ତ ନମୁନା ପରୀକ୍ଷା କରାଇନେବା ଜରୁରୀ।

ଯଦି ମ୍ୟାଲେରିଆ ଚିହ୍ନଟ ହୁଏ, ତେବେ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ମାଗଣା ଚିକିତ୍ସା କରାଯାଇଥାଏ। ମାଇ-ଆନୋଫିଲିସ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ହେଉଥିବାରୁ ମଶାରୀ ବ୍ୟବହାର କରିବା, ନିମ୍ବଧୂଆଁ ବା ମଶାନାଶକ ତେଲ ବ୍ୟବହାର କରିବା, ମଶା ବଂଶ ବୃଦ୍ଧି ରୋକିବା ପାଇଁ ଘର ଚତୁଃପାର୍ଶ୍ବ ସଫାସୁତୁରା ରଖିବା, କୌଣସି ସ୍ଥାନରେ ଅଧିକ ଦିନ ପାଣି ଜମା ହେବାକୁ ନଦେବା ଲାଗି ଶ୍ରୀ ଅସଲମ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଟକିଆସାହି ସରପଞ୍ଚ ନରେନ୍ଦ୍ର କୁମାର ସ୍ୱାଇଁ ଓ କନ୍ଦରପୁର ସରପଞ୍ଚ ପରମାନନ୍ଦ ବେହେରା ଯୋଗଦେଇ ସଚେତନ ରହିଲେ ଓ ସତର୍କତା ଅବଲମ୍ବନ କଲେ ଅନେକ ରୋଗରୁ ମୁକ୍ତି ମିଳିପାରିବ ବୋଲି ମତବ୍ୟକ୍ତ କରିଥିଲେ। ସ୍ୱାସ୍ଥ୍ୟକର୍ମୀ ବିମଳା ସାହୁ, ପ୍ରଣିତା ବାରିକ, ଅମରେନ୍ଦ୍ର ପ୍ରଧାନ, ଅଙ୍ଗନବାଡି କର୍ମୀ ହରପ୍ରିୟା ସେନାପତି, ଆଶାକର୍ମୀ ରେବତୀ ନାଏକ, ସୁକାନ୍ତି ସାହୁ ଓ ଗାଁ କଲ୍ୟାଣ ସମିତିର ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାର ସହଯୋଗ କରିବା ସହ ଏକ ସଚେତନତା ଶୋଭାଯାତ୍ରାରେ ୨ଟି ଯାକ ଗ୍ରାମ ପରିକ୍ରମା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories