www.samajalive.in
Tuesday, December 9, 2025
16.1 C
Bhubaneswar

ବନ ବିଭାଗ ପକ୍ଷରୁ ଆହତ ମାଙ୍କଡ଼ ଉଦ୍ଧାର

ବ୍ରଜରାଜନଗର : ରାଜପୁର ପଞ୍ଚାୟତ ଅନ୍ତର୍ଗତ ବଘରାଚକା ଗ୍ରାମରୁ ବନ ବିଭାଗ ଏକ ଗୁରୁତର ଆହତ ମାଙ୍କଡ଼କୁ ଉଦ୍ଧାର କରିଛି। ମାଙ୍କଡ଼ର ବାମ ହାତ ପାପୁଲିରେ ଗୁରୁତର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହେଉଥିବାରୁ ମାଙ୍କଡ଼ଟି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିଲା। ଏପରି କି ପ୍ରବଳ ରକ୍ତସ୍ରାବ ଯୋଗୁଁ ମାଙ୍କଡ଼ ରହୁଥିବା ଗଛ ଗୁଡ଼ିକର ତଳେ ରକ୍ତର ଛିଟା ପଡ଼ି ରହୁଥିଲା। ଏ ବାବଦରେ ବ୍ରଜରାଜନଗର ରେଞ୍ଜର ଆରତୀ ନେଗୀ ଜାଣିବା ପରେ ମାଙ୍କଡ଼କୁ ଉଦ୍ଧାର କରିବା ପାଇଁ ବନ କର୍ମଚାରୀ ଓ ୱାଇଲ୍ଡ ଲାଇଫ୍ ସ୍କ୍ୱାର୍ଡକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରାୟ ଦୁଇ ଦିନ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ଆଜି ବନ ବିଭାଗ ଆହତ ମାଙ୍କଡକୁ ଧରିବାରେ ସଫଳ ହୋଇଥିଲା। ସେପଟେ ଆହତ ମାଙ୍କଡ଼ର ଆଜି ଚିକିତ୍ସା କରାଯିବା ପରେ ବ୍ରଜରାଜନଗର ରେଞ୍ଜ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖାଯାଇଥିବା ସୂଚନା ମିଳିଛି । ସାସ୍ଥ୍ୟବସ୍ଥାରେ ଉନ୍ନତି ଓ କ୍ଷତ ସ୍ଥାନ ସୁଖିଲା ପରେ ମାଙ୍କଡ଼କୁ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଯୋଗ୍ୟ, ମାର୍ଚ୍ଚ ମାସରେ ଘଟିଥିବା ବନାଗ୍ନି ଯୋଗୁଁ ଜଙ୍ଗଳର ଅନେକ ଜୀବଜନ୍ତୁ, ପଶୁପକ୍ଷୀ ଜନ ବସତି ମୁହାଁ ହୋଇଥିଲେ। ବନ ବିଭାଗ ବିଭିନ୍ନ ସ୍ଥାନରୁ ହରିଣ , ବ୍ରଜକାପ୍ତା , ପେଚା ମାଙ୍କଡ ଆଦି ଜୀବଜନ୍ତୁ ଓ ପଶୁପକ୍ଷୀ ଉଦ୍ଧାର କରି ଚିକିତ୍ସା ପରେ ଜଙ୍ଗଳକୁ ଛାଡ଼ି ଦେଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories