www.samajalive.in
Tuesday, December 9, 2025
15.1 C
Bhubaneswar

କନ୍ଧମାଳରେ କରୋନା ଯାଂଚ ଓ ସ୍ୱାବ ସଂଗ୍ରହ ଜୋରଦାର

ଫୁଲବାଣୀ: ଫୁଲବାଣୀକୁ ଗତକାଲି ସୁଦ୍ଧା ୪୨୦ଜଣ ପ୍ରବାସୀ ଫେରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିଭଳି କନ୍ଧମାଳ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବା ବେଳେ ସ୍ୱାବ ଟେଷ୍ଟ ଓ ଘର ଘର ବୁଲି ସ୍ୱାସ୍ଥ୍ୟ ପରିକ୍ଷା ଉପରେ ଗୁରତ୍ୱ ଦିଆଯାଇଛି। ଆଜି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୦ ଜଣଙ୍କୁ ନେଇ ଦୁଇଟି ଟିମ ଗଠନ କରାଯାଇ ସଂକ୍ରମିତ ଅଂଚଳରେ ଘରକୁ ଘର ବୁଲି ସ୍ୱାବ ସଂଗ୍ରହ କରାଯିବା ସହ ଆଂଟିଜେନ ଟେଷ୍ଟ ମଧ୍ୟ କରାଯାଉଛି। ଫୁଲବାଣୀର ଆଇଟିଆଇ ଅଂଚଳ, କେନ୍ଦୁପଦର, ପିଅନପଡ଼ା, ମାଦିକୁନ୍ଦା ଏବଂ ଏଆରସିଏସ କଲୋନୀ ଅଂଚଳରେ ଘରକୁ ଘର ବୁଲି କରୋନା ନମୁନା ପରୀକ୍ଷା ମଧ୍ୟ କରାଯାଇଥିଲା।

ସେହିଭଳି ଜିଲାର ପ୍ରତ୍ୟେକ ବ୍ଳକରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମଧ୍ୟ ଏହି ଯାଞ୍ଚ ଓ ସ୍ୱାବ ସଂଗ୍ରହକୁ ମଧ୍ୟ ଜୋରଦାର କରାଯାଇଛି। କନ୍ଧମାଳ ଜିଲାରେ କରେନାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଦିନ କିଛିନା କିଛି ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲା ପ୍ରଶାସନ ଓ ଜିଲା ପୁଲିସ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଥିଲେ ମଧ୍ୟ କରୋନା ସଂକ୍ରମଣରେ ବ୍ରେକ ଲାଗି ପାରୁନାହିଁ। ଯାହା ଫଳରେ ଜିଲା ପ୍ରଶାସନ ପକ୍ଷରୁ ଘରକୁ ଘର ଯାଂଚ ଓ ନମୂନା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲାରେ କରୋନା ସଂକ୍ରମଣର ଦ୍ୱିତୀୟ ସଂସ୍କରଣରେ ଆଜି ପର୍ଯ୍ୟନ୍ତ ୧୮୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ କେବଳ ଆଜି ୩୪ ଜଣ ସଂକ୍ରମିତ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories